ଶାକିବ ଅଲ୍ ହାସନ ନିର୍ବାଚନ ଲଢି ବିପକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଂଲାଦେଶର ଅଧିନାୟକ ଶାକିବ ଅଲ୍ ହାସନ | ବାଂଲାଦେଶ ସଧାରଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ଶାକିବ ଅଲ୍‌ ହାସନ । ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢି ବିପକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି ।

କ୍ରିକେଟ ମୈଦାନରେ ନିଜର ଦକ୍ଷତା ଦେଖାଇଥିବା ଶକିବ ରାଜନୀତିରେ ମଧ୍ୟ ନିଜର ଦକ୍ଷତା ଦେଖାଇବାରେ ସଫଳ ହୋଇଛନ୍ତି । ସେ, ମାଗୁରା 1 ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦଳ ଆଓ୍ବାମୀ ଲିଗ ଦଳରୁ ଲଢ଼ି ବିଜୟୀ ହୋଇଛନ୍ତି। ପ୍ରାୟ 1, 85, 388 ଭୋଟ ପାଇ ସେ ନିର୍ବାଚନରେ ବାଜି ମାରି ନେଇଛନ୍ତି । ରାଜନୀତିରେ ରହିଲେ ମଧ୍ୟ ସେ କ୍ରିକେଟ ଖେଳ ଜାରି ରଖିବେ । ରବିବାର ବାଂଲାଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମାଗୁରା 1 ନିର୍ବାଚନମଣ୍ଡଳୀରୁ ଶାକିବ ନିର୍ବାଚନ ଲଢି ବିପକ୍ଷ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରିଛନ୍ତି ।

ବିଜୟ ପରେ ବର୍ତ୍ତମାନ ପର୍ଯନ୍ତ ଶାକିବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଶାକିବ ଅଲ୍‌ ହାସନଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କାଜି ରେଜ୍ବାଲ ହାସନ ମୋଟ 45,993 ଭୋଟ୍ ପାଇଛନ୍ତି। ଶାକିବ ବାଂଲାଦେଶ ଦିନିକିଆ କ୍ରିକେଟ ଟିମର ଅଧିନାୟକ ଅଛନ୍ତି । ନିକଟରେ ସେ ଭାରତରେ ଆୟୋଜିତ ବିଶ୍ବକପ ମଧ୍ୟ ଖେଳିଥିଲେ । 8ଟି ମ୍ୟାଚ ତାଙ୍କ ନେତୃତ୍ବରେ ଦଳ ଖେଳିଥିବା ବେଳେ ପରେ ସେ ଆହତ କାରଣରୁ ବାଦ ପଡ଼ିଥିଲେ ।

Leave A Reply

Your email address will not be published.