ବିକଶିତ ଭାରତର ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବିକଶିତ ଭାରତର ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଭିଡିଓ କଲ ଜରିଆରେ ହିତାଧିକାରୀଙ୍କ ସହ କଥା ହେବା ପରେ ଏକ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସାରା ଦେଶରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହେବେ । କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ନଭେମ୍ବର 15 ତାରିଖରେ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରଠାରୁ କୋଟିଏରୁ ଊର୍ଦ୍ଧ୍ବ ଲୋକ ଏହି ଯାତ୍ରାରେ ଯୋଡ଼ି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଏହି ଯାତ୍ରାରେ ଜଡିତ ସାରା ଦେଶର ହିତାଧୀକାରୀଙ୍କ ସହ କଥା ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା 4 ଥର ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ହିତାଧୀକାରୀଙ୍କ ସହ କଥା ହୋଇ ସାରିଛନ୍ତି।

ସେ ନଭେମ୍ବର 30, ଡିସେମ୍ବର 9, ଡିସେମ୍ବର 16 ଓ 27 ତାରିଖରେ କଥା ହୋଇଥିଲେ । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି । ଡିସେମ୍ବର 16 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ ପାଇଁ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଲୋକାର୍ପଣ କରିଥିଲେ ।

Leave A Reply

Your email address will not be published.