ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ଶିମିଳିପାଳ ପର୍ଯ୍ୟଟକଙ୍କ ଲାଗି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ ନଦୀ, ଝରଣା, ପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ଏହା ସାଧାରଣତଃ ନଭେମ୍ବର ୧ ରୁ ଖୋଲା ଯାଇଥାଏ।

କିନ୍ତୁ ଚଳିତ ବର୍ଷ ପାର୍ବଣଋତୁ ପୂର୍ବରୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ଅଭୟାରଣ୍ୟ ଖୋଲାଯାଇଛି। ପ୍ରଥମ ଥର ପାଇଁ, ବର୍ତ୍ତମାନ ପର୍ଯ୍ୟଟକମାନେ ଶିମିଳିପାଳରେ ଜଙ୍ଗଲ ସଫାରି ଉପଭୋଗ କରିପାରିବେ। ସେମାନେ ଏକ ଖୋଲା ଜିମ୍‌ନି ଗାଡିରେ ବସି ଶିମିଳିପାଳ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇବେ।  ଏଥର ପର୍ଯ୍ୟଟକମାନେ ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ। ଜୁନ ୧୨ ତାରିଖଠାରୁ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା। ବିଭାଗ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ, ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ।

ତଦସହିତ ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟ ଦେଇ ଏବଂ ପ୍ରଥମ ୩୫ଟି ଚାରି ଚକିଆ ଯାନ ଯଶିପୁର କାଳିଆଣି ତନଖି ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରଖାଯାଇଛି। ଶିମିଳିପାଳ ବନ୍ୟଜନ୍ତୁ ଅଭୟାରଣ୍ୟ ପାଇଁ ପ୍ରବେଶ ଅନୁମତି କେବଳ ବାରିପଦା ପିଥାବାଟା ଏବଂ ଜଶିପୁର କାୟାନି ବୁକିଂ କାଉଣ୍ଟରରୁ ସକାଳ ୬ଟା ରୁ ୯ଟା ପର୍ଯ୍ୟନ୍ତ ମିଳିପାରିବ ।

Leave A Reply

Your email address will not be published.