ଆମେରିକାରେ ପୁଣି ଫୁଟିଲା ଗୁଳି: ୫ ମୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାରେ ଦିନକୁ ଦିନ ଅଣାୟତ ହେଉଛି ଆଇନଶୃଙ୍ଖଳା ସ୍ଥିତି । ପ୍ରତିଦିନ କୌଣସି ନା କୌଣସି ସହରରେ ଫୁଟୁଛି ଗୁଳି । ମ୍ୟାରିଲାଣ୍ଡର ଏକ ଘରେ ଶୁକ୍ରବାର ୫ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି । କେବଳ ଏତିକି ନୁହେଁ, ଦୁର୍ବୃତ୍ତ ଗୁଳିକାଣ୍ଡ ପରେ ନିଜେ ପୋଲିସକୁ ଫୋନ୍ କରି ସୂଚନା ଦେଇଥିଲା । ଏନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଇଲକ୍ ମିଲ୍ସ ସ୍ଥିତ ଏକ ଦୁଇ ମହଳା ଘରେ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ମହିଳା, ଜଣେ ପୁରୁଷ ଓ ତିନି ଶିଶୁ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଗୁଳିକାଣ୍ଡ ଘଟଣାକୁ ନେଇ ଅନ୍ୟ ସାଧାରଣ ଜନତା ଡରିବାର ଆବଶ୍ୟକତା ନାହିଁ । ଏହି ଘଟଣା ଆମେରିକାର ଭାଲଟିମୋରରୁ ୯୭ କିମି ଦୂରରେ ଥିବା ଏକ ଜଙ୍ଗଲ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ଘଟିଛି । ଏହା ଏକ ଭୟଙ୍କର ଘଟଣା ବୋଲି ଆଡମ୍ସ କହିଛନ୍ତି । ତେବେ ଏଥିରେ ଡରିବାର କିଛି ନାହିଁ । କିନ୍ତୁ ଏହା ସାଧାରଣ ନୁହେଁ । ଖୁବ୍ ଦୁଃଖଦ ବୋଲି ସେ କହିଛନ୍ତି । ଏହି ଗୁଳିକାଣ୍ଡ ଘଟଣାରେ ତଦନ୍ତ ହେବ ବୋଲି ସ୍ଥାନୀୟ ଅଧିକାରାୀ କହିଛନ୍ତି ।

 

Leave A Reply

Your email address will not be published.