ବରନ୍ଦୁଆ ପଞ୍ଚାୟତ ରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରନ୍ଦୁଆ ପଞ୍ଚାୟତ ରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ। ବାସୁଦେବପୁର ଜଗନ୍ନାଥ ମନ୍ଦିର ପରିସର ରେ ବାସୁଦେବପୁର ପଞ୍ଚାୟତ ସମିତି ପକ୍ଷରୁ ଶ୍ରୀ ଜଗନ୍ନାଥ ଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ ହୋଇ ଯାଇଛି।

ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବିଡିଓ ସଞ୍ଜୀବ ସାହୁ,  ସ୍ଥାନୀୟ ଅଧିକାରୀ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଏହି ଅବସର ରେ ଏସ ଡି ପି ଓ ସୌରଭ ଅତା ଓ ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସର ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ର ସଦସ୍ୟ ମାନେ ଉପସ୍ଥିତ ରହି ଶଙ୍ଖ ହୁଳୁ ହୁଳି ଦେଇ ରଥ ଶୁଭାରମ୍ଭ କାର୍ଯ୍ୟ ରେ ଯୋଗ ଦେଇଥିଲେ।

ଜଗନ୍ନାଥ ମନ୍ଦିର ପରିସର ରେ ଏକ ଭକ୍ତି ପୂର୍ଣ୍ଣ ପରିବେଶ ସୃଷ୍ଟି ହେବା ସହ ଜୟ ଜଗନ୍ନାଥ ଧ୍ବନି ରେ ଚତୃଦିଗ ପ୍ରକମ୍ପିତ ହୋଇଥିଲା। ଏହି ଅବସର ରେ ଏହି ରଥ ସବୁ ୱାର୍ଡ ପ୍ରତି ଘର ଘର କୁ ଯାଇ ଅରୁଆ ଚାଉଳ, ଗୁଆ ସଂଗ୍ରହ ହେବ ବୋଲି ଜଣା ଯାଇଛି।

Leave A Reply

Your email address will not be published.