ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଥରେ ରାଜ୍ୟର ନାମ ବଦଳାଇବା ପାଇଁ ଦାବି ଉଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ | ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି। ପତ୍ରରେ ମମତା ରାଜ୍ୟର ନୂଆ ନାମ ପରାମର୍ଶ କରି ପଶ୍ଚିମ ବଙ୍ଗକୁ ‘ବାଂଲା’ କରିଦେବା ଉଚିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ‘ବମ୍ବେ’ର ନାମ ମୁମ୍ବାଇ ହୋଇପାରୁଛି, ଓଡିଶାର ନାମ ଓଡ଼ିଶା ହୋଇ ପାରୁଛି ଏଥିରେ ଆମ ପାଇଁ ଭୁଲ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି।କୋଲକାତାରେ ମମତା କହିଛନ୍ତି ଯେ ‘ଅମେ ରାଜ୍ୟ ବିଧାନସଭାରେ ଏ ସମ୍ପର୍କିତ ପ୍ରସ୍ତାବ ଗୃହୀତ କରିଦେଇଥିଲୁ।
ଏ ନେଇ ଆମେ ସେମାନଙ୍କ ଆଗରେ ପୁରା କଥା ମଧ୍ୟ ରଖିଥିଲୁ। ହେଲେ ଦୀର୍ଘ ସମୟ ପରେ ବି ସେମାନେ ଆମ ରାଜ୍ୟର ନାମ ବାଂଲା କରି ନାହାନ୍ତି।’ ମମତା ବାନାର୍ଜୀ ରାଜ୍ୟର ନାମ ପରିବର୍ତ୍ତନ ହେଲେ ମିଳିବାକୁ ଥିବା ଲାଭ ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଯଦି ଏପରି ହୁଏ ଆମକୁ ଅନେକ ଲାଭ ମିଳିବ। କାରଣ ଆଲଫାବେଟିକାଲୀ ଆମେ ଟିକେ ଉପରକୁ ଉଠିଯିବୁ ଓ ଆମ ରାଜ୍ୟ ନାମରୁ ‘ୱେଷ୍ଟ’ ହଟିଯିବ। କୋଲକାତାରେ ମମତା କହିଛନ୍ତି ଯେ ‘ଅମେ ରାଜ୍ୟ ବିଧାନସଭାରେ ଏ ସମ୍ପର୍କିତ ପ୍ରସ୍ତାବ ଗୃହୀତ କରିଦେଇଥିଲୁ। ଏ ନେଇ ଆମେ ସେମାନଙ୍କ ଆଗରେ ପୁରା କଥା ମଧ୍ୟ ରଖିଥିଲୁ। ହେଲେ ଦୀର୍ଘ ସମୟ ପରେ ବି ସେମାନେ ଆମ ରାଜ୍ୟର ନାମ ବାଂଲା କରି ନାହାନ୍ତି।’ ମମତା ବାନାର୍ଜୀ ରାଜ୍ୟର ନାମ ପରିବର୍ତ୍ତନ ହେଲେ ମିଳିବାକୁ ଥିବା ଲାଭ ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଯଦି ଏପରି ହୁଏ ଆମକୁ ଅନେକ ଲାଭ ମିଳିବ।
କାରଣ ଆଲଫାବେଟିକାଲୀ ଆମେ ଟିକେ ଉପରକୁ ଉଠିଯିବୁ ଓ ଆମ ରାଜ୍ୟ ନାମରୁ ‘ୱେଷ୍ଟ’ ହଟିଯିବ। ମମତା ପଞ୍ଜାବର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନରେ ମଧ୍ୟ ଏକ ପଞ୍ଜାବ ଅଛି। ଏଥିରୁ ଯଦି ବାଂଲାଦେଶ ଅନ୍ତର୍ଜାତୀୟ ସ୍ତରରେ ବାଂଲାଦେଶ ହେଉଛି ଏଥିରେ ଆମକୁ ୱେଷ୍ଟ ବେଙ୍ଗଲ କରି ରଖିବାର ଆବଶ୍ୟକତା କଣ ବୋଲି ମମତା ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୧୧ ମସିହାରେ ଯେତେବେଳେ ତୃଣମୂଳ କଂଗ୍ରେସ ସରକାର ହୋଇଥିଲା ସେତେବେଳେ ରାଜ୍ୟର ନାମ ବଦଳାଇ ପଶ୍ଚିମବଙ୍ଗ ବା ପଶ୍ଚିମବଙ୍ଗୋ ନଚେତ ବାଂଲା କରିବାକୁ ଦାବି କରାଯାଇଥିଲା।