ବର୍ଷ ଆରମ୍ଭରେ ଜୀ-ସାର୍ଥକର ପ୍ରତିଯୋଗିତା ମୂଳକ ରିୟଲିଟି ସୋ, ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବର୍ଷ ଆରମ୍ଭରେ ଜୀ-ସାର୍ଥକର ପ୍ରତିଯୋଗିତା ମୂଳକ ରିୟଲିଟି ସୋ, ‘ଗୃହଲକ୍ଷ୍ମୀ’ ପହଞ୍ଚିଛି ତାର ଶେଷ ସୋପାନରେ ଅର୍ଥାତ ଆୟୋଜିତ ହେବାକୁ ଯାଉଛି ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’ ଯାହା ପ୍ରସାରିତ ହେବ ଆସନ୍ତା ଜାନୁଆରୀ ୧୪, ସନ୍ଧ୍ୟା ୬:୩୦ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକରେ

‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନଙ୍କ ଛଡା ଶୈଳେନ୍ଦ୍ର, ଦିବ୍ୟା, ଶିବାନୀ ସଙ୍ଗୀତା ଓ ଜ୍ୟୋତିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ପାଇବେ ଦର୍ଶକ ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫାଇନାଲରେ । କେବଳ ଡାନ୍ସ ନୁହେଁ ଓଡ଼ିଶାର ଲୋକପ୍ରିୟ ଗାୟକ ଓ ଗାୟିକା ମଧ୍ୟ ଶୁଣାଇବେ ଗୀତ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ଅସୀମା ପଣ୍ଡା, ବିଷ୍ଣୁ ମୋହନ କବି,ଆଶୁତୋଷ ଓ ସତ୍ୟଜିତ ପ୍ରଧାନ ।

ଓଡ଼ିଶାର ବଛା ବଛା ସହରରୁ ଆସିଥିବା ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଜଜ୍ ମାନେ ବାଛିଥିଲେ ସାନ ଆଉ ବଡ ଭାଉଜ ବର୍ଗରୁ ୨୦ ଜଣ ପ୍ରତିଯୋଗୀଙ୍କୁ ଗାଲା ରାଉଣ୍ଡକୁ, ପ୍ରଥମଥର ପାଇଁ ଗାଲା ରାଉଣ୍ଡରୁ ସମସ୍ତ ୨୦ ଜଣ ସାନ ଆଉ ବଡ ଭାଉଜ ମାନେ ଗ୍ରାଣ୍ଡ ଫିନାଲେ ରାଉଣ୍ଡକୁ କ୍ୱାଲିଫାଏ କରିଛନ୍ତି | ତେଣୁ ଏହି ଗ୍ରାଣ୍ଡ ଫିନାଲେ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ସିନିଅର ଓ ଜୁନିଅର ବର୍ଗର ଦୁଇ ଜଣ ପ୍ରତିଯୋଗୀ ହେବେ ବିଜେତା । ଏହି ରିୟଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ନାରୀ ମାନଙ୍କୁ ସେମାନଙ୍କର ସ୍ବପ୍ନ ପୂରଣ କରିବା ପାଇଁ ପ୍ରେରଣା ଯୋଗାଇବେ ବୋଲି ଜ଼ୀ ସାର୍ଥକ ଆଶା କରିଛି ।

ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ – ସ୍ୱପ୍ନକୁ ଛୁଇଁବାର ଅଗଣା’ ସୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.