ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମଦ୍ ଭଗବତ ଗୀତା ଜ୍ଞାନ ଯଜ୍ଞ ଓ ସାଧୁ ସମ୍ମିଳନୀ। ଘଷିପୁରା ବ୍ଲକ ଅନ୍ତର୍ଗତ କଇଁସିଆରୀ ଗ୍ରାମ ର ଲକ୍ଷ୍ମୀ ମଣ୍ଡପ ରେ ଭାଗବତ ଗୀତା ଜ୍ଞାନ ଯଜ୍ଞ ଓ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ଯୋଗଦାନ କରି ଭଗବତ୍ ଗୀତା ର କର୍ମ, ଭକ୍ତି ଓ ଜ୍ଞାନ ଯୋଗ ର ଉପାଦେୟତା ଉପରେ ଆଲୋକପାତ କରିଥିଲେ।
ସେ କହିଥିଲେ ଯେ ଜୀବନ ଗଠନ ର ସୁତ୍ର ହେଉଛି ଶ୍ରୀମଦ୍ ଭଗବତ ଗୀତା। ଏହାର ନିତ୍ୟ ପଠନ ଦ୍ବାରା ଜୀବନ ଧନ୍ୟ ହୁଏ ବୋଲି କୁନି ପ୍ରବଚକ କହିଥିଲେ। ଏଥିସହିତ ଦର୍ଶନ ବିଦ୍ୟାର୍ଥୀ କବିନ୍ଦ୍ର କୁମାର ଭଗବତ ଗୀତା ର ସାରକଥା ସମ୍ପର୍କ ରେ ଆଲୋଚନା କରିବା ସହ ଯୁଗେ ଯୁଗେ ସତ୍ୟ ର ଜୟ ହୋଇଥାଏ ବୋଲି କହିଥିଲେ। ଭାଗବତ ଗୀତା ର ମର୍ମ କୁ ସପରିବାର ପାଳନ କଲେ ସଂସାର ସ୍ୱର୍ଗ ରେ ପରିଣତ ହୋଇପାରିବ ବୋଲି ମଞ୍ଚାସିନ ଅତିଥି ମାନେ ମତ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ଗୋ ବିଜ୍ଞାନୀ ବିରଞ୍ଚି ନାରାୟଣ କୁଣ୍ଡୁ ଭଗବତ ପ୍ରେମୀ ଦିଲ୍ଲୀପ କୁମାର ମାଝି ଯୋଗଦେଇ ସାରଗର୍ଭକ ବାଣୀ ପ୍ରଦାନ କରିଥିଲେ।
ପ୍ରତିବର୍ଷ ପରି ଚଳିତ ବର୍ଷ ରେ ଗ୍ରାମ ର ଶ୍ରଦ୍ଧାଳୁ ମାନେ ମାଗୁଣି ଚରଣ ସ୍ବାଇଁ ଙ୍କ ପ୍ରଚେଷ୍ଟା ରେ ଭାଗବତ ପାରାୟଣ ଗୀତା ଜ୍ଞାନ ଯଜ୍ଞ ଓ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଆସୁଛି। ଆଖପାଖ ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ ଭଗବତ ପ୍ରେମୀ ଶ୍ରଦ୍ଧାଳୁ ଏହି ଜ୍ଞାନ ଯଜ୍ଞ ରେ ସାମିଲ ହୋଇଥିଲେ। କଇଁସିଆରୀ ଗ୍ରାମବାସୀ ଙ୍କ ପକ୍ଷରୁ ପ୍ରମୋଦ କୁମାର ସ୍ବାଇଁ, ବ୍ରଜକିଶୋର ରାଉତ, ଅଜିତ୍ କୁମାର ସ୍ବାଇଁ, ନିରାକାର ରାଉତ ଙ୍କ ସମେତ ଗ୍ରାମ ର ଅନେକ ଶ୍ରଦ୍ଧାଳୁ ଏହି ଗୀତା ଜ୍ଞାନ ଯଜ୍ଞ ରେ ସକ୍ରିୟ ସହଯୋଗ କରିଥିଲେ।