ମାଟି ତଳୁ ନାବାଳିକାର ମୃତ ଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଙ୍କିଶୋଳ ପଞ୍ଚାୟତ ର ତେନ୍ତୁଳିଶୋଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ଆଜି ତେନ୍ତୁଳିଶୋଳ ଗ୍ରାମରୁ ଚାରି ପାଞ୍ଚ ଫୁଟ ଗଭୀର ମାଟି ତଳୁ ଜଣେ ନାବାଳିକା ର ଶବକୁ ଉଦ୍ଧାର କରିଛି ବାରିପଦା ସଦର ଥାନା ପୋଲିସ |

ମୃତ ନାବାଳିକା ଜଣକ ବାରିପଦା ଟାଉନ 12ନଂ ୱାର୍ଡ ପ୍ରଫୁଲ ନଗର (ବାଗଡିହା)ଅଞ୍ଚଳର ଠାକୁରା ସିଂ ଙ୍କ ଝିଅ ଶୁଭଶ୍ରୀ ସିଂ ବୋଲି ଜଣା ପଡିଛି | ମିଳିଥିବା ସୂଚନା ଅନୁସାରେ ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ଘର ବାଲେଶ୍ୱର ଜିଲ୍ଲା ରୁପ୍ସା ଅଞ୍ଚଳକୁ ଯାଇଥିଲେ ପୋଖରୀରେ ଗାଧୋଉ ଥିବା ବେଳେ କୌଣସି କାରଣ ବଶତଃ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିଲେ ଏ ନେଇ ରୁପ୍ସା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା | କିନ୍ତୁ ଠାକୁରା ସିଂ ଖ୍ରୀଷ୍ଟିଆନ ଧର୍ମାଲମ୍ବି ର ଲୋକ ହୋଇଥିବାରୁ ତାଙ୍କ ନାବାଳିକା ଝିଅର ଶବକୁ ପତିବା ପାଇଁ ଜାଗା ନ ଥିବାରୁ ନିଜ ଜଣା ଶୁଣା ବନ୍ଧୁ ରାମଜିତ ମାର୍ଣ୍ଡିଙ୍କ ଗାଁ ତେନ୍ତୁଳିଶୋଳ କୁ ଆଣି ରାତି ଅଧିଆ ପୋତି ଦେଇ ଚାଲିଯାଇ ଥିଲେ |

ଯାହାକୁ କେନ୍ଦ୍ର କରି ଆଜି ତେନ୍ତୁଳିଶୋଳ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା |ଏ ଶବ କାହାର କେଉଁଠୁ ଆସିଲା କିଏ ଆମ ଗାଁରେ ଶବ ପୋତିଲା ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଗ୍ରାମବାସୀ ଓଡି ବସିଥିଲେ | ଏବଂ ଯେଉଁ ସ୍ଥାନରେ ଶବକୁ ପୋତା ଯାଇଥିଲା ପୋଲିସ ର ଉପସ୍ଥିତି ରେ ସେଇ ସ୍ଥାନରେ ଖଳି ଶବକୁ ବାହାରକୁ କଢ଼ା ଯାଇ ଗ୍ରାମବାସୀ ମାନେ ଦେଖିଥିଲେ ପ୍ରକୃତରେ ଏ ଶବ କାହାର ? ତେବେ ଏ ନାବାଳିକା ଝିଅର ମୃତ୍ୟୁକୁ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି | ଯାହା ପୋଲିସ ର ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ଜଣା ପଡିଛି |

Leave A Reply

Your email address will not be published.