ଶ୍ରୀମତି କୃଷ୍ଣା ମହାନ୍ତି ଏହି ସମ୍ମାନଜନକ ପୁରସ୍କାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତି କୃଷ୍ଣା ମହାନ୍ତି ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବେ। ୨୦୨୩ ବର୍ଷ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ।

ସର୍ବ ସେବା ସଂଘର ଆଗାମୀ ରାଷ୍ଟ୍ରୀୟ ଅଧିବେଶନରେ କୃଷ୍ଣା ମହାନ୍ତିଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନ ପତ୍ର ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି।

କୃଷ୍ଣା ମହାନ୍ତି ହେଉଛନ୍ତି ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କର କନିଷ୍ଠ କନ୍ୟା ତଥା ମାଆ ରମାଦେବୀ ଓ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଝିଆରୀ। ଭାରତ ଛାଡ଼ ଆନ୍ଦୋଳନ କାଳରେ ତାଙ୍କର ସମଗ୍ର ପରିବାର ଜେଲରେ ଥିବାବେଳେ ଛୋଟ ଝିଅ କୃଷ୍ଣା ମଧ୍ୟ ମାଆଙ୍କ ସହ କଟକ ଜେଲରେ କିଛିକାଳ ବିତାଇଥିଲେ। ଜେଲରୁ ବାହାରିବା ପରେ ମହାତ୍ମା ଗାନ୍ଧୀ ତାଙ୍କୁ ତାଙ୍କ ସେବାଗ୍ରାମ ଆଶ୍ରମରେ ରଖିଥିଲେ

Leave A Reply

Your email address will not be published.