ଜାନୁଆରୀ ୨୨କୁ ଡ୍ରାଇ ଡେ ରୂପେ ଘୋଷଣା କରିଛି ଆସାମ ସରକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାନୁଆରୀ ୨୨କୁ ଡ୍ରାଇ ଡେ ରୂପେ ଘୋଷଣା କରିଛି ଆସାମ ସରକାର | ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ରାଜ୍ୟରେ ସେଦିନ ମଦ ବିକ୍ରି ଉପରେ ରୋକ ଲଗେଇଛି ସରକାର | ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ଅଧକ୍ଷତରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି | କ୍ୟାବିନେଟ ବୈଠକ ପରେ ରାଜ୍ୟର ପର୍ଯ୍ୟଟକ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି ଯେ ରାମ ମନ୍ଦିର ଉଦ୍ଘାଟନ ଉପଲକ୍ଷେ ଆସାମ ସରକାର ଜାନୁଆରୀ 22 ଡ୍ରାଇ ଡେ ରଖିବାକୁ ଘୋଷଣା କରିଛନ୍ତି |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏନଡିଏ ଏନଡିଏ ସଚିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଏବଂ 6 ହଜାରରୁ ଅଧିକ ଲୋକଙ୍କ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି |

ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି । ଏହି ଉତ୍ସବରେ କେବଳ ଦେଶ ନୁହେଁ ବିଶ୍ଵର ୫୫ଟି ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଯୋଡିବା ପାଇଁ ଏକ ବଡ ପ୍ରୟାସ କରାଯାଉଛି । ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ବିଦେଶରେ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ସୂଚନା ଅନୁଯାୟୀ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହି ସଂଗଠନ ୫୫ଟି ଦେଶରେ ବଡ଼ ଧରଣର ପ୍ରାର୍ଥନା ସଭା ଆୟୋଜନ କରିବାକୁ ଯୋଜନା କରିଛି।

୨୨ ଜାନୁଆରୀରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ସହିତ ସମନ୍ୱୟ ରକ୍ଷା କରି ଏହି ସମସ୍ତ ଦେଶରେ ପ୍ରାର୍ଥନା କରାଯିବ । ଏହିପରି କାର୍ଯ୍ୟକ୍ରମ ଆୟୋଜନ କରି, ଭିଏଚପି ସେହି ଭାରତୀୟ ପ୍ରବାସୀମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିବାକୁ ସମର୍ଥ ହେବ । ଯେଉଁମାନେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଭିଏଚପି ସୂତ୍ରରୁ ପ୍ରକାଶ ଯେ ଆଫ୍ରିକୀୟ, ଦକ୍ଷିଣ ଆମେରିକୀୟ, ଇଣ୍ଡୋ-ବର୍ମି, ମୋଙ୍ଗୋଲିଆ ଏବଂ ୟୁରୋପୀୟ ମୂଳ ହିନ୍ଦୁମାନେ ମଧ୍ୟ ଏହି ସଭାରେ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.