ବହୁ ଚର୍ଚ୍ଚିତ ଗୁଜରାଟ ବିଲକସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁ ଚର୍ଚ୍ଚିତ ଗୁଜରାଟ ବିଲକସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି କରିବା ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି। ଏବେ ସମସ୍ତ ଦୋଷୀ ଜେଲ ଯିବେ। ଅଦାଲତଙ୍କ ଏହି ରାୟ ପରେ ଏବେ ପୁଣି ୧୧ ଜଣ ଦୋଷୀ ଜେଲ୍‌ ଯିବା ନେଇ ପଥ ପରିଷ୍କାର ହୋଇଛି।

ଏଠାରେ ସୂଚନାଯୋଗ୍ୟ, ଆଜୀବନ କାରାଦଣ୍ଡାଦେଶ ପାଇଥିବା ୧୧ ଦୋଷୀଙ୍କୁ ୨୦୨୨ରେ ଗୁଜରାଟ ସରକାର ମୁକ୍ତ କରିଥିଲେ। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଯେଉଁଠାରେ ଅପରାଧୀଙ୍କ ବିରୋଧରେ ମୋକଦ୍ଦମା ଚାଲି ଦଣ୍ଡ ଶୁଣାଣି ହୋଇଥିଲା, ସେହି ରାଜ୍ୟ ଦୋଷୀଙ୍କ ଦଣ୍ଡ ବାତିଲ ନିଷ୍ପତ୍ତି ନେଇପାରିବେ। ସୁପ୍ରିମକୋର୍ଟ କହିଛନ୍ତି, ଗୁଜରାଟ ସରକାର ଦୋଷୀମାନଙ୍କ ଦଣ୍ଡାଦେଶ ବାତିଲ ନିଷ୍ପତ୍ତି ନେଇପାରିବେ ନାହିଁ, ବରଂ ମହାରାଷ୍ଟ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ବିଲ୍‌କିସ୍ ବାନୋ ମାମଲାର ଶୁଣାଣି ହୋଇଥିଲା। ଅଗଷ୍ଟ ୨୦୨୨ ଗୁଜରାଟ ସରକାର ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ। ତେବେ ସମୟ ପୂର୍ବରୁ ଦୋଷୀମାନଙ୍କୁ ମୁକ୍ତ କରିବାକୁ ନେଇ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା।

ପ୍ରଥମ ଆବେଦନରେ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ସେମାନଙ୍କୁ ଜେଲ ପଠାଇବାକୁ ଦାବି କରାଯାଇଥିଲା। ଦ୍ୱିତୀୟଟିରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ମେ’ ୨୦୨୩ ରେ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ଶୁଣାଣି କରି ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ୱଲ ଭୁୟାଁଙ୍କ ସ୍ୱତନ୍ତ୍ର ବେଞ୍ଚ ୧୨ ଅକ୍ଟୋବର ୨୦୨୩ ରେ ରାୟ ସଂରକ୍ଷିତ ରଖିଥିଲେ।

Leave A Reply

Your email address will not be published.