ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା | ଓଡିଶା ଡ୍ରାଇଭର ମହାସଂଘ ରାଇରଙ୍ଗପୁର ଶାଖା ପକ୍ଷରୁ ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ଠାରେ କେନ୍ଦ୍ର ସରକାରଙ୍କ କଳା ଆଇନ ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶୃତି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଧାରଣା ଡାକରା ଦିଆଯାଇଛି | ଏହି ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ ହେବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି |

ଏହି ପ୍ରତିବାଦରେ ସଭାପତି ଅମୂଲ୍ୟ କୁମାର ମହାନ୍ତି, ଉପସଭାପତି ପିଣ୍ଟୁ ସର୍ଦ୍ଦାର, ସଂପାଦକ ଅଶ୍ବିନୀ କୁମାର ମହାନ୍ତ, ସହସଂପାଦକ ପବନ ଗୋପାଳ, କୋଷାଧକ୍ଷ୍ୟ ଶଙ୍କର ଗିରି, ଉପଦେଷ୍ଟା ଦିଲ୍ଲୀପ କୁମାର ମହାନ୍ତ, କାର୍ଯ୍ୟକାରୀ ସଦସ୍ୟ ଯୋଗ ଦେଇଥିଲେ |

କୁନା ମହାନ୍ତ, ଟିକି ମହାନ୍ତ, ସରୋଜ ମହାନ୍ତ, ସାନ ମହାନ୍ତ, ଶିଶିର ମହାନ୍ତ, ପିଣ୍ଟୁ ମହାନ୍ତ, ଅଭିନାଶ ବେହେରା, ବିନୋଦ ତୁଙ୍ଗ, ଦୟାନିଧି ସର୍ଦ୍ଦାର, ସୁଶିଲ ଦାସ, ପୁନିଲ ମୁଣ୍ଡା, ସାମରା ମହାନ୍ତ, ବୁଲେଟ ମହାନ୍ତ, ମନୋଜ ମହାନ୍ତ, ଡାକ୍ତର ମହାନ୍ତ, ଦୀପକ ମହାନ୍ତ , ରାଜୁ ମହାନ୍ତ ତଥା ଅନ୍ୟମାନେ ଉପସ୍ଥିତ ରହି ଆନ୍ଦୋଳନ ତୀବ୍ରତର କରିଥିଲେ |

Leave A Reply

Your email address will not be published.