୨ନାବାଳିକାଙ୍କ ସଲିଳ ସମାଧି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୨ନାବାଳିକାଙ୍କ ସଲିଳ ସମାଧି | ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅଧୀନ ପ୍ରତାପପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ଗାଧୋଉଥିବା ବେଳେ ୨ଜଣ ନାବାଳିକାଙ୍କର ସଲିଳ ସମାଧି ଘଟିଛି । ଗ୍ରାମର ଜନୈକ ମାଛ ଚାଷ ପୋଖରୀରେ ଗାଧୋଇବା ସମୟରେ ବୁଡି ଯାଇଥିଲେ ।

ନିକଟରେ ଲୋକେ ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ନାବାଳିକା ଦ୍ବୟ ହେଲେ ରାଜକାପୁର ନାଏକଙ୍କ ଝିଅ ଝିଲ୍ଲି ଓରଫ ତପ୍ବସିନୀ(୧୭) ଓ ସନ୍ତୋଷ ନାଏକଙ୍କ ଝିଅ ସୁରେଖା(୧୩) ।

ବଡ଼ସାହି ପୁଲିସ ପୃଥକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ବ୍ୟବଚ୍ଛେଦ ଶରୀର ହସ୍ତାନ୍ତର କରିଛି ।

Leave A Reply

Your email address will not be published.