ମୋରମ ଖଣିରେ ଓଲଟିଲା ବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଛତିଶଗଡ଼ ଦୁର୍ଗ ଜିଲ୍ଲା ଖାପ୍ରିରେ ବଡ଼ ଧରଣର ଦୁର୍ଘଟଣା। ଡିଷ୍ଟିଲେରି କମ୍ପାନୀ କର୍ମଚାରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ମୋରମ ଖଣିରେ ଖସି ପଡିବାରୁ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସରେ ୩୫ରୁ ଅଧିକ କର୍ମଚାରୀ ଥିଲେ । ସେମାନେ କୁମ୍‌ହାରିରୁ ଭିଲାଇକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢେ ୮ଟା ସମୟରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଡିଆରଏଫ ଏବଂ ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସୂଚନା ଅନୁଯାୟୀ, ଏହି ବସରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ । ହଠାତ ବସଟି ରାସ୍ତାରୁ ପ୍ରାୟ ୪୦ ଫୁଟ ତଳ ମୋରଣ ଖଣିକୁ ଖସିପଡିଥିଲା । ବସରେ ଚାପି ହୋଇ ଘଟଣାସ୍ଥଳରେ କେତେ ଜଣଙ୍କ ମୃତ୍ୟୁ ହୋଇଥିଲା । ଖବର ମିଳିବା କ୍ଷଣି ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ମୃତ କର୍ମଚାରୀମାନେ କୁମ୍‌ହାରି ଥାନା ଅନ୍ତର୍ଗତ କୋଡିୟା ସ୍ଥିତ ଡିଷ୍ଟିଲେରି କମ୍ପାନୀରେ କାମ କରୁଥିଲେ । ରାତି ୮ଟାରେ ଛୁଟି ହେବା ପରେ କର୍ମଚାରୀମାନେ ବସ୍ ଯୋଗେ ନିଜ ନିଜ ଘରକୁ ଯାଉଥିଲେ ।

ହେଲେ ରାତି ପ୍ରାୟ ସାଢେ ୮ଟା ସମୟରେ ଖପରି ଗାଁ ନିକଟରେ ବସ୍‌ଟି ରାସ୍ତାକଡରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ୫୦ ଫୁଟ ଗଭୀର ମୋରମ ଖଣି ଖାତରେ ଖସି ପଡିଥିଲା । ସେହି ସମୟରେ ବସ୍‌ରେ ପ୍ରାୟ ୩୦ରୁ ୩୫ ଜଣ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସେହିପରି ଏଥିରେ ୧୫ ଜଣ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।

Leave A Reply

Your email address will not be published.