ଆଦିବାସୀ ମାନଙ୍କର ଅଠର ଦଫା ଦାବି ନେଇ ତହସିଲ ସମ୍ମୁଖରେ ବିକ୍ଷୋଭ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ଆଦିବାସୀ ମାନଙ୍କର ଅଠର ଦଫା ଦାବି ନେଇ ତହସିଲ ସମ୍ମୁଖରେ ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ। ସୂଚନା ଅନୁସାରେ ଆଦିବାସୀ ମାନେ ହେଲେ ଭାରତବର୍ଷ ର ପ୍ରଥମ ଲୋକ,ସେମାନେ ଇଂରେଜ ମାନଙ୍କ ସହ ଲଢେ଼ଇ କରି ଭାରତ ସ୍ବାଧିନ କରିଥିଲେ।

ହେଲେ ଆଜି ସେମାନଙ୍କ ର ସାମାଜିକ ବ୍ଯବସ୍ଥା, ତାଙ୍କର ଭାଷା, ସଂସ୍କୃତି, ପରମ୍ପରା ଭୁଷୁଡି ଗଲାଣି। ସ୍ବାଧୀନତା ର ୭୭ ବର୍ଷ ପରେ ସମ୍ବିଧାନର ନିୟମ ଅନୁଯାୟୀ ନ୍ୟାୟ, ସ୍ଵାତନ୍ତ୍ରତା , ସମାନତା,ଭାତୃତ୍ବ ପହଞ୍ଚି ପାରିଲା ନାହିଁ। ଆଦିବାସୀ ମାନେ ଗରିବ, ଦରିଦ୍ର, ନିଷ୍ପେସିତ, ନିର୍ଯ୍ୟାତିତ ହେଉଥିବା ବେଳେ, ସେମାନଙ୍କ ର ଜଳ, ଜଙ୍ଗଲ ଜମି ସବୁ ଛଡ଼ାଇ ନିଆଯାଉଛି। ବାସସ୍ଥାନ ରୁ ବିସ୍ଥାପିତ, ଜଙ୍ଗଲ ଜମିରୁ ବଞ୍ଚିତ,ବିଚ ରାସ୍ତା ରେ ନିର୍ଯ୍ୟାତିତ, ପ୍ରତ୍ୟେକ ନାଗରିକ ର ନ୍ଯାୟ ସମାନତା ସ୍ବାତନ୍ତ୍ରତା ଥାଇ ଆଜି ରାଜରାସ୍ତାରେ ତାର ଅଧିକାର ଜାହିର କରୁଛି।

ଆଦିବାସୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ, ଫେକ ସାର୍ଟିଫିକେଟ ଦେବା ବନ୍ଦ କରିବା, ଜାହେରଗାଳ ଉନ୍ନତି କରଣ ,ଜାତି ସାର୍ଟିଫିକେଟ ରେ ମାଝି ବାବାଙ୍କ ର ସୁପାରିଶ, ଆଦିବାସୀ ଗାଁ ରାସ୍ତା ର ଉନ୍ନତି କରଣ ପାଇଁ ଦାବି କରିଛି।ଜିଲ୍ଲା ମାଝି ପାରାଗନା ଦ୍ବାରା ଦିନ ଏଗାରଟା ତିରିସ୍ ମିନିଟ ସମୟରେ ବ୍ଲକ ର ୧୮ ଦଫା ଦାବି ନେଇ ବିକ୍ଷୋଭ କରାଯାଇଛି। ମାଝୀ ପାରଗାନା, ଜିଲ୍ଲା ପାରଗାନା ବୁଧିରାମ ମାଝୀ ଙ୍କ ଆହ୍ବାନ କ୍ରମେ ଜିଲ୍ଲା ପାରଗାନା ସମେତ ବ୍ଲକ ର ସମସ୍ତ ମାଝୀ ପାରଗାନାଓ କର୍ମକର୍ତ୍ତା ଯୋଗଦାନ କରିଥିଲେ।

Leave A Reply

Your email address will not be published.