ବାପଅଜା କାଳରୁ ଚମ୍ପାଗଡ଼ରୁ ଆସି ନରସିଂହପୁର ଅବସ୍ଥାନ କରିଛନ୍ତି ଅଲେଖ ନାହାକଣୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବାପଅଜା କାଳରୁ ଚମ୍ପାଗଡ଼ରୁ ଆସି ନରସିଂହପୁର ଅବସ୍ଥାନ କରିଛନ୍ତି ଅଲେଖ ନାହାକଣୀ | ପୂର୍ବପୁରୁଷ ସମୟରୁ ସମୁଦ୍ର କୂଳ ଚମ୍ପାଗଡ଼ ରୁ ଆସି ନରସିଂହ ପୁର ରେ ଅବସ୍ଥାନ କରି ଶ୍ରଦ୍ଧାଳୁ ଙ୍କ ମନସ୍କାମନା ପୂରଣ କରି ଅଞ୍ଚଳ ବାସୀଙ୍କ ହୃଦୟରେ ଆଶା ସଂଚାର କରିଛନ୍ତି, ଠାକୁରାଣୀ ଅଲେଖ ନାହାକଣୀ |

ନିଃସନ୍ତାନ କୁ ସନ୍ତାନ ସନ୍ତତି, ଅପହୃତ ଜିନିଷ ଠାବ କରିବା ସହିତ ଅନେକ ଶ୍ରଦ୍ଧାଳୁଙ୍କ ଆଶା ଓ ଆକାଂକ୍ଷା ପୂରଣ କରୁଛନ୍ତି ମା | ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମହାକାଳପଡ଼ା ବ୍ଲକ ଲାଞ୍ଜୁଡା ପଂଚାୟତ ନରସିଂହପୁର ମା ଙ୍କ ପୀଠ ରେ ଶନିବାର ବାରୁଣୀ ସ୍ନାନ ଠାରୁ ସୋମବାର ଅମାବାସ୍ୟା ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ | ଏନେଇ କମିଟିର କର୍ମକର୍ତ୍ତା ଯୁଗଳ ଚନ୍ଦ୍ର ଦାସ କୁହନ୍ତି ଯେ ସ୍ୱପ୍ନାଘାତ ହେବାରୁ ବାପ ଅଜା କାଳରୁ ହରେକୃଷ୍ଣ ଦାସ ଚମ୍ପାଗଡ଼ ରୁ ଆସି ବର୍ତ୍ତମାନର ସ୍ଥଳୀରେ ରହିଆସୁଛନ୍ତି |

ତିନି ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଉଭୟ ବ୍ଲକ ରୁ ଶତାଧିକ ଲୋକେ ଯାତ୍ରାକୁ ଆସି ଠାକୁରାଣୀ ଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରୁଛନ୍ତି | ଚଳିତ ବର୍ଷ ପୂଜା ତିନି ଦିନ ରାତ୍ରିରେ ଖୋଲାମଞ୍ଚ ରେ ଯାତ୍ରା ପରିବେଷଣ କରାଯିବ ବୋଲି ଜଣାପଡିଛି | ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ରାତି ନୁହେଁ ଦିନରେ ତଣ୍ଡା କୂଳରେ ସ୍ନାନ ସାରି ମା ଙ୍କୁ ଦର୍ଶନ କରୁଥିବାର ଦେଖିବାକୁ ମିଳିଛି |

Leave A Reply

Your email address will not be published.