୫ ଘଣ୍ଟାରୁ କମ ଶୋଉଛନ୍ତିକି? ଭଲକି ଭୋଗିବେ ଏହି ସବୁ ସମସ୍ୟା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକେ ଅନେକ ଭୁଲ କରି ବସୁଛନ୍ତି। କାମ ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ପାରୁନାହାଁନ୍ତି। ଯେଉଁଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ରାତିରେ ବି କାମ କରନ୍ତି। ଯାହାଦ୍ୱାରା ନିଦ ସମ୍ପୂର୍ଣ୍ଣ ହୁଏନାହିଁ। କିନ୍ତୁ ଆପଣ ଜାଣନ୍ତି କି ନିଦ୍ରା ଅଭାବରୁ ଶରୀରରେ ଅନେକ କ୍ଷତି ହୋଇପାରେ। ଯେଉଁମାନେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥାନ୍ତି ସେମାନଙ୍କର ଦିନକୁ ସାତରୁ ଆଠ ଘଣ୍ଟା ଶୋଇଥିବା ଲୋକଙ୍କ ଅପେକ୍ଷା କ୍ଲୋଜଡ୍ ଲେଗ୍ ଧମନୀ (ପିଏଡି) ର ମାତ୍ରା ଅଧିକ ଥାଏ। ପେରିଫେରାଲ୍ ଧମନୀ ରୋଗ ହେବାର ଆଶଙ୍କା ବି ବଢିଥାଏ। ଏକ ଅଧ୍ୟୟନରେ ଏହା ଖୁଲାସା ହୋଇଛି।

ଗବେଷକମାନେ କହିଛନ୍ତି ଯେ ବିଶ୍ୱରେ ୨୦ କୋଟିରୁ ଅଧିକ ଲୋକଙ୍କର ପିଏଡି ଅଛି। ଏହି ରୋଗରେ, ହୃଦୟରୁ ଗୋଡ ପର୍ୟ୍ୟନ୍ତ ରକ୍ତ ବହନ କରୁଥିବା ଧମନୀଗୁଡ଼ିକ ସଂକୀର୍ଣ୍ଣ କିମ୍ବା ଅବରୋଧ ହୋଇଯାଏ, ଯାହା ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିଥାଏ ଏବଂ ହୃଦଘାତର ଆଶଙ୍କା ବଢାଇଥାଏ। ଏହି ଅଧ୍ୟୟନର ଲେଖକ ସ୍ୱିଡେନର କାରୋଲିନସ୍କା ପ୍ରତିଷ୍ଠାନର ଶୁଆଇ ୟୁଆନ୍ କହିଛନ୍ତି, ଅଧ୍ୟୟନରୁ ଜଣାପଡିଛି ଯେ ସାତରୁ ଆଠ ଘଣ୍ଟା ଶୋଇବା ପିଏଡିର ବିପଦକୁ ହ୍ରାସ କରିବା ପାଇଁ ଏକ ଭଲ ଅଭ୍ୟାସ।

ସେ ଏକ ବିବୃତ୍ତିରେ କହିଛନ୍ତି ଯେ, ରାତିରେ ପର୍ୟ୍ୟାପ୍ତ ପରିମାଣରେ ନଶୋଇବା ଏବଂ ଦିନରେ ଢୋଳାଇବା ଦ୍ୱାରା ହୃଦୟ ଧମନୀ ରୋଗର ବିପଦ ବଢିଥାଏ । ତେବେ ୟୁରୋପୀୟ ହାର୍ଟ ଜର୍ନାଲ୍ ‘ଓପନ୍’ରେ ପ୍ରକାଶିତ ଏହି ଅଧ୍ୟୟନରେ ଦୁଇଟି ପର୍ୟ୍ୟାୟରେ ୬୫୦,୦୦୦ ଲୋକ ସାମିଲ ହୋଇଥିଲେ।

Leave A Reply

Your email address will not be published.