ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ପ୍ରଭାସ, ବିବାହକୁ ନେଇ କହିଲେ ଏମିତି କଥା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସୂତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି । ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି । ଏବେ ତାଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏବେ ସେ ତାଙ୍କ ବିବାହ ଖବରକୁ ନେଇ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି ।

ପ୍ରଭାସଙ୍କ ବିବାହକୁ ନେଇ ପୂର୍ବରୁ ପ୍ରଶଂସକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ରହିଥିବା ବେଳେ ଏବେ ପ୍ରଭାସ ସବୁଜ ସଂକେତ ଦେଇଛନ୍ତି । ସେ ନିକଟରେ ନିଜ ବିବାହକୁ ନେଇ ଏକ ସୂଚନା ପ୍ରଦାନ କରିଛନ୍ତି । ନିକଟରେ ତାଙ୍କୁ ଯେତେବେଳେ ତାଙ୍କ ବିବାହ ସଂପର୍କରେ ପଚରାଗଲା ସେ ତିରୁପତିରେ ବିବାହ କରିବେ ବୋଲି କହିଛନ୍ତି । ତେବେ ସେ କାହାକୁ ବିବାହ କରିବେ ଓ କେବେ ବିବାହ କରିବେ ସେ ସଂପର୍କରେ କିଛି କହିନାହାନ୍ତି ।

ଏବର୍ଷର ସବୁଠାରୁ ବଡ ଫିଲ୍ମ ‘ଆଦିପୁରୁଷ’କୁ ଜୁନ୍‌ ୬ ତାରିଖରେ ତିରୁପତିରେ ରିଲିଜ୍‌ କରାଯାଇଛି । ଏହି ଅବସରରେ ପ୍ରଶଂସକ ପ୍ରଭାସଙ୍କୁ ତାଙ୍କ ବିବାହ ସଂପର୍କରେ ପଚାରିବାର ସୁଯୋଗ ହାତଛଡା କରିନଥିଲେ ।

ତେବେ ପ୍ରଭାସ ଯେତେବେଳେ ତିରୁପତିରେ ବିବାହ କରିବେ ବୋଲି କହିଲେ ତ ପ୍ରଶଂସକମାନେ ବେଶ୍‌ ଆନନ୍ଦିତ ହୋଇ ଯାଇଥିଲେ । ତେବେ ବିବାହକୁ ନେଇ ପ୍ରଭାସଙ୍କର ଏହି ମନ୍ତବ୍ୟ ଭାଇରାଲ୍‌ ହେବାରେ ଲାଗିଛି । ପ୍ରଶଂସକମାନେ ଏବେ ଅଭିନେତାଙ୍କୁ ବର ବେଶରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ।

ଆପଣ ଜାଣନ୍ତି ଯେ ପ୍ରଭାସଙ୍କ ନାମ ଦୀର୍ଘ ଦିନ ହେବ ଅଭିନେତ୍ରୀ କ୍ରିତି ସାନନଙ୍କ ନାମରେ ଯୋଡି ହୋଇଛି । ଅବଶ୍ୟ ଉଭୟ ପ୍ରଭାସ ଓ କ୍ରିିତି ଏହି ଖବରକୁ ଗୁଜବ ବୋଲି କହି ସାରିଛନ୍ତି ।

Leave A Reply

Your email address will not be published.