ଦିଲ୍ଲୀ ବିଧାନସଭାରେ ଆଜି ସ୍ୱତନ୍ତ୍ର ଅଧିବେଶନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଲ୍ଲୀରେ ଜାରି ରହିଛି ରାଜନୈତିକ ସଙ୍କଟ । ଆପ୍ ସରକାରେ ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି ଆପ୍ । ଏହାରି ଭିତରେ ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଗତକାଲି କେଜ୍ରିୱାଲଙ୍କ ବାସଭବନରେ ଆୟୋଜିତ ହୋଇଥିଲା ବୈଠକ । ଏହି ବୈଠକରେ ସାମିଲ ହୋଇଥିଲେ ୫୩ ଜଣ ବିଧାୟକ । ତେବେ ରାଜଧାନୀ ଦିଲ୍ଲୀରେ ‘ଅପରେସନ ଲୋଟସ’ ନେଇ ରାଜନୈତିକ ହଟଚମଟ ଜାରି ରହିଛି । ଏହି ଲୋଟସ୍ ଅପରେସନ୍ ଫେଲ ହୋଇଥିବା ଆପ୍ ଅଭିଯୋଗ କରିଛି ।

ଆପର ୪୦ଜଣ ବିଧାୟକଙ୍କୁ କିଣିବାକୁ ବିଜେପି ପକ୍ଷରୁ ୮୦୦ କୋଟିର ଅଫର ଦିଆଯାଇଥିବା ବେଳେ ବିଜେପିର ଏହି ଉଦ୍ଦେଶ୍ୟ ବିଫଳ ହୋଇଛି । ସେପଟେ କେଜ୍ରିୱାଲ ଡାକିଥିବା ବିଧାୟକଙ୍କ ବୈଠକକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବୈଠକରେ ୫୩ ବିଧାୟକ ସାମିଲ ହୋଇଥିବା ବେଳେ ବହୁ ବିଧାୟକ ଯୋଗ ଦେଇନଥିଲେ । ଯାହାକୁ ନେଇ ଦଳରେ ହଇଚଇ ସୃଷ୍ଟି ହୋଇଥିଲା । ତେଣୁ ଆଜିର ଏହି ସ୍ୱତନ୍ତ୍ର ଅôଦବେଶନରେ ହୋହଲ୍ଲା ହେବା ଏକପ୍ରକାର ଥୟ ।

 

Leave A Reply

Your email address will not be published.