ଆଜି ବସିବ ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟି ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ASI ସହ ବୈଠକ ବସିବ। ଏହି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆଲୋଚନା ହେବ ବୋଲି ଜଣାଯାଇଛି। ଭିତର ଏବଂ ବାହାର ରତ୍ନଭଣ୍ଡାର ମରାମତି ସମେତ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି ସମ୍ପର୍କରେ ଏଥିରେ ଆଲୋଚନା ହେବା ସମ୍ଭାବନା ରହିଛି।

କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ୱନାଥ ରଥ ବୈଠକରେ ସଭାପତିତ୍ବ କରିବେ।  ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରତ୍ନଭଣ୍ଡାରର ମରାମତି ସହ ଲେଜର ସ୍କାନିଂ କି ଜିପିଆରଏସ ସର୍ଭେ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଏହାପରେ କିପରି ଯାଞ୍ଚ କରାଯିବ ସେ ନେଇ ଏଏସଆଇ ଉଚ୍ଚସ୍ତରୀୟ ବୈଷୟିକ କମିଟି ନିଷ୍ପତ୍ତି ନେବ। ବିଶେଷକରି କେବେଠାରୁ ଯାଞ୍ଚ ଆରମ୍ଭ ହେବ ଓ ପରବର୍ତ୍ତୀ ସମୟରେ କେବେଠୁ ମରାମତି କାର୍ଯ୍ୟ କରାଯିବ ସେ ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ପରିବର୍ତ୍ତିତ ମାର୍ଗଦର୍ଶିକା ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ପୁଣି କେବେ ରତ୍ନଭଣ୍ଡାର ଖୋଲାଯିବ ସେଥିନେଇ ଏହି କମିଟି ନିଷ୍ପତ୍ତି ଗ୍ରହଣ କରିବ। ସେହିପରି ଜାତୀୟ ଐତିହ୍ୟ ପ୍ରାଧିକରଣ ଅଧ୍ୟକ୍ଷ କିଶୋର ବାସା ଆଜି ପୁରୀ ଗସ୍ତରେ ଆସୁଛନ୍ତି। ସେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଅନୁଧ୍ୟାନ କରି​ବେ।

Leave A Reply

Your email address will not be published.