ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ବରଗଡ଼ରେ ରହୁଥିବା ବଦ୍ରିପ୍ରସାଦ ଆପର୍ଟମେଣ୍ଟରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ତେବେ ଏହି ଆପର୍ଟମେଣ୍ଟରେ ଥିବା ଘର କାହାର ସେ ନେଇ ଅଧିକ ପଚରାଉଚରା କରୁଛି ଟିମ୍।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ର ମିଶ୍ରଙ୍କ ଘର ଓ ଅଫିସରେ ରେଡ୍ କରିଛି ଭିଜିଲାନ୍ସ । ରାଜ୍ୟର ୧୦ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍। ପୂର୍ବରୁ ରାମଚନ୍ଦ୍ର ମିଶ୍ର ବରଗଡ଼ରେ ଅବକାରୀ ଅଧୀକ୍ଷକ ଦାୟିତ୍ଵରେ ମଧ୍ୟ ରହିଥିବା ନେଇ ସୂଚନା ମିଳିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼, ଭୁବନେଶ୍ୱର, ସୋନପୁର ଓ ବଲାଙ୍ଗିର ଘର ସମେତ୧୦ ଟି ସ୍ଥାନରେ ଚଢ଼ଉ ଚାଲିଛି।
ଚଢ଼ାଉରେ ଭିଜିଲାନ୍ସର ୧୦ ଡିଏସପିଙ୍କ ସମେତ ୧୫ ଜଣ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ତେବେ ଏହି ଚଢ଼ାଉ ସମୟରେ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଜଣାପଡ଼ିଛି ସେ ନେଇ କିଛି ସୂଚନା ମିଳିନି।