ଶରଧାବାଲିରେ ଶ୍ରୀଜିଉ; ଆଜି ସନ୍ଧ୍ୟା ଧୂପ ପରେ ଯିବେ ଆଡ଼ପ ମଣ୍ଡପ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଅଟକିଛି ତିନି ରଥ । ଆଜି ସନ୍ଧ୍ୟା ଧୂପ ନୀତି ପରେ ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ। ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ । ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର କରିବେ ଲୀଳାଖେଳା । ଗତକାଲି ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା ।

ଭକ୍ତମାନେ ଆଜି ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି । ଶ୍ରୀଜିଉମାନେ ରଥାରୁଢ଼ ଥିବାରୁ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଅନୁମତି ଦିଆଯାଉନାହିଁ । ଦୀର୍ଘ ଦୁଇ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ଭକ୍ତମାନେ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ପାଇ ବେଶ୍ ଖୁସି ଅଛନ୍ତି।

Leave A Reply

Your email address will not be published.