ବଜେଟ ଉପସ୍ଥାପନ ପୂର୍ବରୁ ଇକୋନୋମିକ ସର୍ଭେ ରିପୋର୍ଟରେ ଓଡିଶା ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ରାଜ୍ୟ ସରକାର: ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ରାଜ୍ୟ ବଜେଟ ଉପସ୍ଥାପନ  ପୂର୍ବରୁ ଇକୋନୋମିକ ସର୍ଭେ ରିପୋର୍ଟରେ ଓଡିଶା ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ରାଜ୍ୟ ସରକାର।  ଅର୍ଥନୀତିର କୁପରିଚାଳନା ହୋଇଛି। ସରକାର ନିଜକୁ ସୁହାଇଲା ଭଳି ତଥ୍ୟ କହୁଛନ୍ତି। ଅନ୍ୟ ରାଜ୍ୟ ମାନଙ୍କ ସହ ଓଡିଶା ସହିତ ତୁଳନା କରନ୍ତୁ। କିନ୍ତୁ ଭାରତ ବର୍ଷର ଅର୍ଥନୀତି ସହ ଓଡିଶା ରାଜ୍ୟର ଅର୍ଥନୀତି ତୁଳନା କରନ୍ତୁ ନାହିଁ। ରାଜ୍ୟ ସରକାର ଅନେକ ତଥ୍ୟ ମିଛ କହିଛନ୍ତି।  ଭାରତର ମୁଣ୍ଡ ପିଛା ଆୟ, ବାର୍ଷିକ ଅଭିବୃଦ୍ଧି ହାର ମୁଣ୍ଡ ପିଛା ଆୟରେ ୧୦.୯ ଏବଂ ସର୍ବ ଭାରତୀୟରେ ୯.୪ ଶତକଡା ଯାହା ସମ୍ପୂର୍ଣ ମିଛ।

ସର୍ବ ଭାରତୀୟ ସ୍ତରରେ ମୁଣ୍ଡ ପିଛା ଆୟ ସହ ଓଡ଼ିଶାର ସମାନ ହେବା ପାଇଁ ଆହୁରି ୨୦ ବର୍ଷ ଲାଗିବ ବୋଲି କହିଛନ୍ତି ମୁଖପାତ୍ର ସତ୍ୟବ୍ରତ ପଣ୍ଡା। ଚାଷୀର ଋଣ ୧୬ ଲକ୍ଷରୁ ଉର୍ବ୍ଦ ହେଲାଣି।  ଶିଳ୍ପ ଉନ୍ନତି ପାଇଁ ରାଜ୍ୟ ସରକାର କାମ କରିନାହାନ୍ତି।  ମାଧ୍ୟମ ଓ କ୍ଷୁଦ୍ର ଶିଳ୍ପରେ ମଧ୍ୟ ୧୫,୩୧୫ରେ ତାଲା ପଡିଛି ।ଛଟେଇ ହୋଇଛନ୍ତି ଅନେକ ଯୁବକ ଯୁବତୀ। ଶିଶୁ ମୃତ୍ୟୁ ହାର ଓଡ଼ିଶାରେ ସର୍ବାଧିକ। ନିଜ ବିଫଳତାର ଗୋଲାପି ଚିତ୍ରକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟନ୍ତୁ ନାହିଁ ବୋଲି ବିଜେପି କହିଛି।

Leave A Reply

Your email address will not be published.