ପୁଣି ହନି ଟ୍ରାପ ଲିଙ୍କରେ ଚାନ୍ଦିପୁର ଆଇଟିଆର୍‌ କର୍ମଚାରୀ, ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ହେଲେ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୁଣି ହନି ଟ୍ରାପ ଲିଙ୍କ୍‌ ରେ ଚାନ୍ଦିପୁର ଆଇ ଟି ଆର୍‌ କର୍ମଚାରୀ । ହନି ଟ୍ରାପ କବଜାରେ ପୂର୍ବରୁ ୫ ଗିରଫ ହୋଇଥିବା ଜେଲରେ କାଳ କାଟୁଥିବା ବେଳେ ପୁଣି ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଡ ଙ୍କ କବଜାରେ ଆଇ ଟି ଅର୍‌ ର ଏକାଧିକ ଙ୍କ ସମୃକ୍ତି। ପୂର୍ବାଞ୍ଚଳ ଆଇ ଜି ହିମାଂଶୁ ଲାଲ ଙ୍କ ସାମ୍ବାଦିକ ସମ୍ମିଳନୀ । ପୁର୍ବରୁ ବାଲେଶ୍‌ର ଚାନ୍ଦିପୁର ଥାନା ପୋଲିସ୍‌ ଦ୍ଵାରା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରୁ ଗୁପ୍ତ ତଥ୍ଯ ପ୍ରଘଟ ଘଟଣା ରେ ଗିରଫ ୫ ଜଣ କର୍ମଚାରୀ କୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ୍‌। ଏହି ଘଟଣାରେ ଡି ଆର୍‌ ଡି ଓ ର ଠିକା କର୍ମଚାରୀ ବସନ୍ତ ବେହେରା , ହେମନ୍ତ ମିସ୍ତ୍ରୀ , ତାପସ ରଂଜନ ନାୟକ , ସେକ୍‌ ମୁସାଫିର ଓ ସଚିନ କୁମାର କୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ୍‌ ।

ଗିରଫ ସମସ୍ତେ ଡି ଆର ଡି ଓ ରେ ଠିକା କର୍ମଚାରୀ ଥିବା ବେଳେ ଜଣେ ମାତ୍ର ଡ୍ରାଇଭର ରହିଥିଲା । ସମସ୍ତ ଅଭିଯୁକ୍ତ ଚାନ୍ଦିପୁର ଝାମ୍ପରାହାଟ , ବୁଆଁଳ , ନୂଆନଈ ହୋଇଥିବା ବେଳେ ବସନ୍ତ ମିସ୍ତ୍ରୀ ର ଘର ଚୌଦ୍‌ାର ଆଗ୍ରାହାଟ ସେହିଭଳି ସଚିନ କୁମାର ର ଘର ଉତ୍ତରପ୍ରଦେଶ ରେ । ସମସ୍ତ ଅଭିଯୁକ୍ତ ବିରୁଦ୍ଧରେ ୨୦୨୧ ସେପ୍ଟେମ୍ବର ୧୪ ରେ ଚାନ୍ଦିପୁର ଥାନା ରେ ମାମଲା ରୁଜୁ ହେବା ପରେ ୧୫ ସେପ୍ଟେମ୍ବର ରେ ମାମଲା କୁ କ୍ରାଇମବ୍ରାଞ୍ଚ୍‌ ନେଇଥିଲା । ଏମାନେ ପାକିସ୍ଥାନ ର ଗୁଇନ୍ଦା ଏଜେଣ୍ଡ କୁ ପ୍ରତିରକ୍ଷା ସମର୍କିତ କିଛି ଗୁପ୍ତତଥ୍ଯ ପ୍ରଘଟ କରୁଥିବା ଅଭିଯୋଗ ରେ ଜିଲ୍ଲା ପୁଲିସ ଏକ ସ୍‌ୱତନ୍ତ୍ର ସ୍କ୍‌ୱାର୍ଡ ଗଠନ କରି ସେମାନଙ୍କୁ ଗିରଫ କରିଥିଲା

Leave A Reply

Your email address will not be published.