ବିଧାନସଭାରେ ଉପସ୍ଥାପନ ହେବ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌, ଆସିପାରେ ଅନେକ ନୂଆ ଯୋଜନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଆସିବ ରାଜ୍ୟ ବଜେଟ୍‌ । ବିଧାନସଭାରେ ଉପସ୍ଥାପନ ହେବ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିବେ । ଏଥର ବଜେଟ ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିପାରେ । ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକାର ଥିଲା ୨ ଲକ୍ଷ କୋଟି ଟଙ୍କା ।

ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଏହା ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ତେଣୁ ଅନେକ ନୂଆ ଯୋଜନା ଆସିପାରେ । ନିଜସ୍ୱ କୃଷି ବୀମା, ଖାଦ୍ୟ ସୁରକ୍ଷା, ଗୃହ ଯୋଗାଣ କ୍ଷେତ୍ରରେ କିଛି ନୂଆ ଘୋଷଣା ହୋଇପାରେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଭଳି ଯୋଜନାରେ ସଫଳ ମିଳୁଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟ ବରାଦ ଦେଖିବାକୁ ମିଳିପାରେ ।

ସ୍ୱାସ୍ଥ୍ୟ ସହ ଶିକ୍ଷା, କୃଷି, ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରକୁ ମିଳିପାରେ ଗୁରୁତ୍ୱ । ଚଳିତ ବଜେଟରେ ବ୍ୟୟ ଅଟ୍ଟକଳ ପାଖାପାଖି ୧୫ ପ୍ରତିଶତ ବୃଦ୍ଧି ସମ୍ଭାବନା ରହିଛି । ଗତକାଲି ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ୮ରୁ ୮.୫ ପ୍ରତିଶତ ମଧ୍ୟରେ ରହିବ । କୋଭିଡ୍‌ ପୂର୍ବ ସମୟରେ ଥିବା ଅଭିବୃଦ୍ଧିଠାରୁ ଅଧିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ରହିବ । ରାଜ୍ୟର ଅଭିବୃଦ୍ଧି ସହ ବଢୁଛି ମୁଣ୍ଡ ପିଛା ଆୟ ।

Leave A Reply

Your email address will not be published.