ରାଜ୍ୟ ସରକାର ହସ୍ପିଟାଲକୁ ଦଲାଲ ମୁକ୍ତ କରିବା ଦରକାର: ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜ୍ୟ ସରକାର ହସ୍ପିଟାଲକୁ ଦଲାଲ ମୁକ୍ତ କରିବା ଦରକାର। ଏ ଦିଗରେ ସରକାର ନିୟମ ପ୍ରଣୟନ କରିବା ଦରକାର। ଶନିବାର ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ନିଜ ଜାଲରେ ଫସାଇବାକୁ ସକ୍ରିୟ ଅଛନ୍ତି ଘରୋଇ ହସ୍ପିଟାଲର ଏଜେଣ୍ଟ। ସରକାରୀ ଡାକ୍ତରଖାନା ପରିସର ମଧ୍ୟରେ ଏଜେଣ୍ଟମାନେ କାମ କରୁଛନ୍ତି। ଏବଂ ରୋଗୀଙ୍କୁ ଘରୋଇ ଡାକ୍ତରଖାନା ଓ ନର୍ସିଂହୋମକୁ ନେବାକୁ ପ୍ରୟାସ କରୁଛନ୍ତି। ପିଆଇଏଲରେ ଏଭଳି କିଛି ଉଲ୍ଲେଖ ହୋଇଥିବା ଦେଖି ଗଭୀର ଉଦବେଗ ପ୍ରକାଶ କରି ଓଡ଼ିଶା ହାଇକୋର୍ଟ ଏଭଳି କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

ଡାକ୍ତରଖାନା ସେବାର ଉନ୍ନତି ପାଇଁ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରଦାନ କରି ଏବଂ ଗରିବ ରୋଗୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ଘରୋଇ ଡାକ୍ତରଖାନାକୁ ଯିବା ପାଇଁ ଚାପ ପକାଇବାକୁ କିମ୍ବା ପ୍ରଭାବିତ କରିବାକୁ ନିୟୋଜିତ ହେଉଥିବା ଅବାଞ୍ଛିତ ବ୍ୟକ୍ତିଙ୍କ କର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଦୁଇ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ତାରିଖ ଜୁନ୍ ୨୭ ସୁଦ୍ଧା ସତ୍ୟପାଠ ଦାଖଲ କରାଯିବ। ବୁଧବାର ସମାଜସେବୀ ତଥା ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ଉଦବେଗ ପ୍ରକାଶ ପାଇଛି।

Leave A Reply

Your email address will not be published.