ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିଲେ, ୨ ଯୁବକଙ୍କୁ ବାନ୍ଧିଲା ପୋଲିସ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିବା ବେଳେ ୨ ଯୁବକଙ୍କୁ ବାନ୍ଧିଛି ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଲୋକଙ୍କୁ ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ପାଇଁ ୨ ଯୁବକ ପ୍ରବର୍ତ୍ତାଉ ଥିବା ଆସିଥିଲା ସଙ୍ଗୀନ ଅଭିଯୋଗ । । ଖ୍ରୀଷ୍ଟ ଧର୍ମ ଗ୍ରହଣ ପାଇଁ ପ୍ରବର୍ତ୍ତାଇବା ବେଳେ ଗ୍ରାମବାସୀ ୨ ଯୁବକଙ୍କୁ ଧରିଥିଲେ । ୨ ଯୁବକଙ୍କ ଠାରୁ ବାଇବେଲ୍ ସହ ବାଦ୍ୟ ଯନ୍ତ୍ର ମିଳିଛି ।

ଗ୍ରାମବାସୀ ୨ ଯୁବକଙ୍କୁ ବିନିକା ଥାନା ପୋଲିସ ଜିମା ଦେଇଥିଲେ । ତେବେ ପୋଲିସ ଦୁଇ ଯୁବକଙ୍କୁ ବାନ୍ଧିଛି। ଯୁବକ ୨ ଜଣ କିଏ ? ଘର କେଉଁଠି ? କାହା ପ୍ରରୋଚନାରେ ଆସି ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିଲେ ତାହା ଜଣାପଡ଼ିନାହିଁ ।

Leave A Reply

Your email address will not be published.