ନାଗା ବାବା ଲୁଟିନେଲେ ସୁନା ଗହଣା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭିକ୍ଷା ମାଗିବା ନାରେ ଘରକୁ ଆସି ସୁବିଧା ସୁଯୋଗ ଦେଖି ସୁନା ଗହଣା ଲୁଟିନେଇ ଛୁ ହୋଇଗଲେ ଉତର ପ୍ରଦେଶରୁ ଆସିଥିବା ନାଗା ବାବା । ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗାଁରେ ଘଟିଛି ଏଭଳି ଏକ ଘଟଣା । ନନ୍ଦନକାନନ ଥାନାରେ ଏନେଇ ହୋଇଛି ଅଭିଯୋଗ । ଗତକାଲି ରାକେଶ ପଢ଼ିଆରୀଙ୍କ ଘରେ ସକାଳୁ ପହଞ୍ଚିଥିଲେ ୩ ନାଗା ବାବା। ସବୁ ସମସ୍ୟାର ସମାଧାନ କରିବେ କହିଲେ ।

କିଛି ପୂଜାର୍ଚ୍ଚନା ସହ ସମସ୍ୟା ସମାଧାନର ବାଟ ବତାଇ ଭିକ୍ଷା ନେଇ ଫେରିଯାଇଥିଲେ ବାବା । ହେଲେ କିଛି ସମୟ ପରେ ଜଣାପଡ଼ିଥିଲା ଯେ ଘରେ ଥିବା କେତେକ ସୁନା ଅଳଙ୍କାର ଚୋରି ହୋଇଯାଇଛି । ରାକେଶ ପଢ଼ିଆରୀଙ୍କ ଘରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରି ହୋଇଛି ବୋଲି ଜଣାପଡିଛି ।

Leave A Reply

Your email address will not be published.