ଲୋହିତ ସାଗରରେ ହାଉତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣର କଡ଼ା ଜବାବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲୋହିତ ସାଗରରେ ହାଉତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣର କଡ଼ା ଜବାବ । ୟେମେନରେ ହାଉତି ବିଦ୍ରୋହୀଙ୍କ ଉପରେ ଜବାବୀ ହମଲା କଲେ ଆମେରିକା ଏବଂ ବ୍ରିଟେନ ସେନା । ଆମେରିକା ଓ ବ୍ରିଟେନ୍ ବିଦ୍ରୋହୀ ଗୋଷ୍ଠୀ ଉପରେ ଆକ୍ରମଣ କରିଛନ୍ତି । ଲୋହିତ ସାଗରରେ ଦିନକୁ ଦିନ ହୁତି ବିଦ୍ରୋହୀଙ୍କ ଉତ୍ପାତ ବଢିବାରେ ଲାଗିଛି । ରେଡ୍ ସି’ରେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ କରିଛନ୍ତି ଏମାନେ ।

ଜାହାଜ ଅପହରଣ କରିବା ସହିତ ଲୁଟପାତ୍ କରୁଛନ୍ତି । ଏହାକୁ ବନ୍ଦ କରିବା ଆମେରିକା ସହିତ ବହୁଦେଶ ପ୍ରଥମେ ଚେତାବନୀ ଦେଇଥିଲେ । ଇରାନ ସମର୍ଥିତ ହୁତି ବିଦ୍ରୋହୀ ଏହାକୁ ଖାତିର୍ ନକରିବାରୁ ଆକ୍ସନ ନେଇଛି ଆମେରିକା ଓ ବ୍ରିଟେନ୍ । ବହୁ ଡ୍ରୋନ୍ ମାରି ଖସାଇ ଦେଇଛନ୍ତି ମିଳିତ ସେନା । ଦି ଆସୋସିଏଟେଡ୍ ପ୍ରେସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆମେରିକା ଏବଂ ବିଟ୍ରେନ ସେନା ପକ୍ଷରୁ ତୋମାହକ୍ ମିସାଇଲ ଏବଂ ଫାଇଟର୍ ଜେଟ୍ ଦ୍ବାରା ଆକ୍ରମଣ କରାଯାଇଛି। ଆକ୍ରମଣ ସମୟରେ ହାଉତି ବିଦ୍ରୋହୀଙ୍କ ଲଜିଷ୍ଟିକ୍ ହବ୍, ଏୟାର ଡିଫେନ୍ସ ସିଷ୍ଟମ ଏବଂ ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ସ୍ଥାନକୁ ଟାର୍ଗେଟ କରାଯାଇଛି।

ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭରୁ ବାଣିଜ୍ୟିକ ଜାହାଜ ଉପରେ ହାଉତି ଆତଙ୍କୀଙ୍କ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଥିବା ବେଳେ, ଏହି ବିରୋଧରେ ଆମେରିକା ପ୍ରଥମ ଥର ପାଇଁ ସାମରିକ କାର୍ଯ୍ଯାନୁଷ୍ଠାନ ଆରମ୍ଭ କରିଛି। ହାଉତି ବିଦ୍ରୋହୀ ଗତ କିଛି ଦିନ ମଧ୍ୟରେ ଲୋହିତ ସାଗରରେ 27 ଥର ଡ୍ରୋନ ଆକ୍ରମଣ କରିଥିବା ବେଳେ, ଆମେରିକା ପକ୍ଷରୁ ସତର୍କ କରାଯାଇଥିଲା । ହ୍ବାଇଟ ହାଉସ ପକ୍ଷରୁ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହ ଆଲୋଚନା କରାଯିବା ସହ ହାଉତିଙ୍କୁ ଚେତବନୀ ଦିଆଯାଇଥିଲା । ଏହା ସତ୍ତ୍ବେ ହାଉତିଙ୍କ ଉପଦ୍ରବ ବନ୍ଦ ନହେବାରୁ ଶେଷରେ ଆମେରିକା ଏବଂ ବ୍ରିଟେନ ସେନା ସାମରିକା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.