ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ମୋଦିଙ୍କ ସ୍ବତନ୍ତ୍ର ଅଡିଓ ସନ୍ଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଗରୁ ୧୧ଦିନିଆ ‘ଅନୁଷ୍ଠାନ’ ବା ଦେବାରଧନାଦି କର୍ମ କରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଅଡ଼ିଓ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ସେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଜିଠୁ ୧୧ ଦିନିଆ ସ୍ବତନ୍ତ୍ର ନୀତି ନିୟମ ବା ବ୍ରତ ପାଳନ କରିବେ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଅଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି ।

ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ”ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ କେବଳ ୧୧ ଦିନ ବାକି । ମୋର ପରମ ସୌଭାଗ୍ୟ ଯେ ମୁଁ ଏହି ପୂଣ୍ୟ ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବି । ପ୍ରାଣ ପ୍ରତିଷ୍ଠାରେ ସାରା ଭାରତବାସୀଙ୍କ ପ୍ରତିନିଧିତ୍ବ କରିବାର ସୁଯୋଗ ମୋତ ପ୍ରାପ୍ତି ହୋଇଛି, ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି । ପ୍ରଭୁ ରାମଲାଲା ମୋତେ ନିମିତ୍ତ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ମୁଁ ୧୧ ଦିନି ଧରି ସ୍ବତନ୍ତ୍ର ନୀତି ନିୟମ ବା ବ୍ରତ ପାଳନ କରିବି । ଏଥିପାଇଁ ମୁଁ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି । ”

ସେ ଆହୁରି କହିଛନ୍ତି ଯେ, ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିଷ୍ଠା ଉତ୍ସବ ନେଇ ମୋର ଆବେଗକୁ ଶବ୍ଦରେ ବର୍ଣ୍ଣନା କରିବା ଖୁବ୍ କଷ୍ଟକର । ତଥାପି ମୁଁ ନିଜ ତରଫରୁ ଗୋଟିଏ ପ୍ରୟାସ କରିଛି । ମୁଁ ଭାବୁକ ଅଛି । ଜୀବନରେ ପ୍ରଥମ ଥର ଏଭଳି ଭାବନାର ଅନୁଭବ କରୁଛି । ଜୀବନର କିଛି ମୁହୂର୍ତ୍ତ କେବଳ ଇଶ୍ବରଙ୍କ ଆଶୀର୍ବାଦ ଯୋଗୁଁ ବାସ୍ତବରେ ପରିଣତ ହୋଇଥାଏ । ସାରା ବିଶ୍ବରେ ଥିବା ରାମ ଭକ୍ତଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର ଅବସର ଅଟେ । ଆଜି ସବୁଠି ରାମମୟ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.