ସୋସିଆଲ ଟକ୍ ବିରୋଧରେ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୋସିଆଲ ଟକ୍ ବିରୋଧରେ ଭୁବନେଶ୍ୱର ସହିଦନଗର ଥାନାରେ ଏତଲା ଦେଇଛି ଛାତ୍ର କଂଗ୍ରେସ । ନାଥୁରାମ ଗଡସେ, ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ସମାଜର ହିତ ସାଧନା ହୋଇଥିବା ସୋସିଆଲ ଟକ୍ ପେଜରେ ବାର୍ତ୍ତା ଦିଆଯାଇଥିବା ଅଭିଯୋଗ ହୋଇଛି । ନାଥୁରାମ ଗଡସେଙ୍କ ଜନ୍ମ ଜୟନ୍ତୀ ପାଳନ କରି ସମାଜକୁ ସୋସିଆଲ ଟକ୍ ପେଜରେ ଏହି ବାର୍ତା ଦିଆଯାଇଛି । ଏହି ଅଭିଯୋଗ ଆଣି ସୋସିଆଲ ଟକ୍ ମୁଖ୍ୟ ପ୍ରକାଶ ନାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ କହିଛି ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏନି । ଏଠାରେ ସମସ୍ତେ ମିଳିମିଶି ରୁହନ୍ତି । କିନ୍ତୁ ସୋସିଆଲ ଟକ୍ ପେଜରେ ମୁସଲମାନ ବିରୋଧୀ ମନ୍ତବ୍ୟ ଦିଆଯାଉଛି ।

ହିନ୍ଦୁମାନଙ୍କୁ ଉସକାଇ ଦଙ୍ଗା ସୃଷ୍ଟି କରିବା ଭଳି କାର୍ଯ୍ୟ କରାଯାଉଥିବା ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛି । ତେଣୁ ଏସବୁକୁ ବନ୍ଦ କରାଯିବା ସହ ପେଜର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି  ଛାତ୍ର କଂଗ୍ରେସ ।

Leave A Reply

Your email address will not be published.