୭ କୋଟିର ବିଦ୍ୟୁତ ବିଲ୍ ଆସିବା ଘଟଣା: କ୍ଷମା ମାଗିଲା ବିଦ୍ୟୁତ କମ୍ପାନୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତ କିଛି ବର୍ଷ ହେବ ବିଦ୍ୟୁତ ବିଭାଗ ଟାଟା ପାଓ୍ବାର ହାତକୁ ଯିବା ପରେ କମ୍ଫାନୀର ମନମାନି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଣଙ୍କ ନାଁରେ ଗୋଟିଏ ମାସରେ ୭ କୋଟି ଟଙ୍କାର ବିଦ୍ୟୁତ ବିଲ୍ ପାଠାଇ ଥିଲା ସମ୍ଫୃକ୍ତ କମ୍ପାନୀ। ତେବେ  ୭ କୋଟି ଟଙ୍କାର ବିଦ୍ୟୁତ ବିଲ୍ଆ ସିବା ଘଟଣାରେ କ୍ଷମା ମାଗିଛି ବିଦ୍ୟୁତ କମ୍ପାନୀ । ମେଲ୍ ଜରିଆରେ ୬ ହଜାର ୫୩୦ ଟଙ୍କାର ନୂଆ ବିଲ୍ ପଠାଇବା ସହ କ୍ଷମା ମାଗିଛି ଟିପିସିଓଡିଏଲ୍ । ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳର ରମାକାନ୍ତ ମିଶ୍ରଙ୍କ ନାଁରେ ୭ କୋଟି ଟଙ୍କାର ବିଲ୍ ଆସିଥିଲା । ତେବେ ଏହି ବିଲ୍ଡିଂରେ ଭଡ଼ାରେ ରହୁଛନ୍ତି ଦୁର୍ଗା ପଟ୍ଟନାୟକ । ସେ ଅଭିଯୋଗ କରିଥିଲେ ୨ ମାସ ତଳେ ଟାଟା ପାୱାର ପକ୍ଷରୁ ତାଙ୍କ ଘରେ ସ୍କାର୍ଟ ମିଟର ଲଗା ଯାଇଥିଲା ।

ସ୍ମାର୍ଟ ମିଟର ଲଗାହେବା ପୂର୍ବରୁ ୭୦୦ରୁ ୧୪୦୦ ଟଙ୍କା ଭିତରେ ବିଲ୍ ଆସୁଥିଲା । ଏପ୍ରିଲ ମାସରେ ଆସିଥିଲା ୬ ହଜାର ଟଙ୍କାର ବିଦ୍ୟୁତ ବିଲ୍ । ଏହାକୁ ଇନଷ୍ଟଲେସନ ଚାର୍ଜ ଭାବି ଅନଲାଇନରେ ପେମେଣ୍ଟ କରିଥିଲେ ଦୁର୍ଗା ପଟ୍ଟନାୟକ । ହେଲେ ଚଳିତ ମାସରେ ବିଲ୍ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କା । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏ ନେଇ ଟାଟା ପାୱାର ନିକଟରେ ସେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.