ଶୁଭେନ୍ଦୁ ଅଧିକାରୀ ହେବେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଶୁଭେନ୍ଦୁ ଅଧିକାରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ। ଘୋଷଣା କଲେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅମିତ ଶାହ। ବୈଠକରେ ଉପସ୍ଥିତ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆସନ୍ତାକାଲି ଦିନ ୧୧ଟାରେ ଶପଥ ନେବେ ଶୁଭେନ୍ଦୁ। କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ହେବ ଶପଥ ସମାରୋହ।

ରାଜ୍ୟପାଳଙ୍କ ଠାରୁ ସରକାର ଗଠନ କରିବା ପାଇଁ ସହମତି ଆଣିବା ପରେ ଆସନ୍ତାକାଲି ୯ ମଇରେ କୋଲକତାରେ ସକାଳ ୧୧ଟାରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି ।

ଦିଦିଙ୍କ ସରକାର ପରେ ପଶ୍ଚିମବଙ୍ଗରେ ଏବେ ଶୁଭେନ୍ଦୁ ସରକାର । ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଶୁଭେନ୍ଦୁ । ସର୍ବ ସମ୍ମତିରେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ସହ ପର୍ଯ୍ୟବେକ୍ଷକ ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦୁଇ ଥର ଦିଦିଙ୍କୁ ହରାଇଥିବା ଜାଏଣ୍ଟ କିଲର ଶୁଭେନ୍ଦୁଙ୍କ ଉପରେ ଭରସା କରିଥିଲେ ବିଜେପି ବିଧାୟକ ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ।  ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ଅଧିକରୀ । ଶୁଭେନ୍ଦୁ ଅଧିକାରୀ ୨ଥର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ହରାଇଛନ୍ତି । ୨୦୨୧ ନନ୍ଦିଗ୍ରାମରେ ହରାଇଥିଲେ । ୨୦୨୭ରେ ଭବାନୀପୁରରେ ମମତାଙ୍କୁ ହରାଇଥିଲେ ।

Leave A Reply

Your email address will not be published.