ଓଡ଼ିଆ ନ୍ୟୁଜ୍: ସମ୍ୱଲପୁରରେ ଦୁର୍ଘଟଣା ଘଟାଇଲା ଆମ ବସ୍।ବୁର୍ଲା ପିସି ବ୍ରିଜ୍ ଉପରେ ସ୍କୁଟିକୁ ଧକ୍କା ଦେଲା। ସ୍କୁଟି ଆରୋହୀ ଗୁରୁତର, ବୁର୍ଲା ମେଡିକାଲରେ ଭର୍ତ୍ତି।
ବସଟି ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି l ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି l ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଭାବେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି l ତେବେ ଭାରସାମ୍ୟ ହରାଇ ଆମ ବସ୍ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି l ଏଥି ସହ ବାରମ୍ବାର ଆମ ବସ୍ ଦୁର୍ଘଟଣାକୁ ନେଇ ସବୁ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ସେପଟେ ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ଆମ ବସକୁ ଜବତ କରିଛି l