ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍ଡିଏ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁବ୍ରତ ବାଗଚୀ। ଶ୍ରୀ ବାଗଚୀ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତେବେ ବାଗ୍ଚୀ ଟ୍ବିଟ୍ରେ କହିଛନ୍ତି, ‘ଓଏସ୍ଡିଏ’ରେ ୭ବର୍ଷ ଧରି ଅଧ୍ୟକ୍ଷ ପଦରେ ରହିବା ପରେ ନିଜର ବ୍ୟକ୍ତିଗତ କାରଣରୁ ପଦ ଛାଡୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି। ମୋ କାର୍ଯ୍ୟକାଳରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହଯୋଗ ଓ ସମର୍ଥନ ମିଳିଛି । ସେହିପରି ଓଡ଼ିଶାବାସୀ ଢ଼େର ଭଲବା ଦେଇଛନ୍ତି। ଏଥି ସହିତ ଶ୍ରୀ ବାଗ୍ଚୀ ନୂଆ ଅଧ୍ୟକ୍ଷ ଶ୍ରୀମତୀ ମିଶ୍ରଙ୍କୁ ସ୍ବାଗତ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ସରକାର ୨୦୧୬ ମସିହାରେ ଶ୍ରୀ ବାଗଚୀଙ୍କୁ ‘ଓଏସ୍ଡିଏ’ରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ବାଗଚୀ ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସୁବ୍ରତ ବାଗ୍ଚୀ ନିଜ ପଦବିରୁ ଇସ୍ତଫା ଦେଲା ପରେ ରାଜ୍ୟ ସରକାର ପୂର୍ବତନ ଆଇଆରପିଏସ୍ ଅଫିସର ଅଳକା ଅରୋରା ମିଶ୍ରଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।