ନ୍ୟୁ ଜେନେରେସନ ଆକାଶ NGର ସଫଳ ପରୀକ୍ଷଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଓଡ଼ିଶାର ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଛି।  ଆକାଶ ମିସାଇଲ AKASH-NGର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ପକ୍ଷରୁ ଆଜି(ଶୁକ୍ରବାର) ନ୍ୟୁ ଜେନେରେସନ ଆକାଶ ମିସାଇଲ (AKASH-NG)ର ପରୀକ୍ଷଣ ସଫଳ ହୋଇଛି ।

ସୂଚନା ମୁତାବକ, ଏହି ପରୀକ୍ଷଣ ସକାଳ 10 ଟା 30 ମିନିଟରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲ ପରୀକ୍ଷଣ କରାଯାଇଛି । କମ ଉଚ୍ଚତାରେ ଏକ ଦ୍ରୁତ ଗତିଶୀଳ ମାନବବିହୀନ ବିମାନକୁ ଲକ୍ଷ୍ୟ କରି ଏହି ପରୀକ୍ଷଣ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ AKASH-NGର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ବାୟୁସେନାକୁ ପ୍ରଶଂସା କରିଛନ୍ତି । ଆକାଶ ମିସାଇଲ ପ୍ରଣାଳୀର ସଫଳ ବିକାଶ ଦ୍ବାରା ଦେଶର ବାୟୁ ପ୍ରତିରକ୍ଷା କ୍ଷମତା ଆହୁରି ବୃଦ୍ଧି ହେବା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହା ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ।

ଏହି ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା 70 କିଲୋମିଟର ରହିଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେସନ ମିସାଇଲର ଆଜି ବ୍ୟବହାରିକ ପରୀକ୍ଷଣ ଚାନ୍ଦିପୁର ଆଇ.ଟି.ଆର ପକ୍ଷରୁ କରାଯାଇଥିବା ଜଣାପଡିଛି । ମଧ୍ୟାହ୍ନ ସମୟରେ ଆକାଶରେ ଏକ ଜୋରରେ ଶବ୍ଦ ଶୁଭିଥିଲା । ଆକାଶ–ଏନଜି ଆକାଶ ସିରିଜର ଏକ ଅତ୍ୟାଧୁନିକ ମିସାଇଲ । ଏହି ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷଭେଦୀ କ୍ଷମତା ୪୦ କିଲୋମିଟର ରହିଥିବା ଜଣାପଡ଼ିଛି । ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାରେ ସଫଳ ହୋଇପାରେ ।

Leave A Reply

Your email address will not be published.