ଅନ୍ତର୍ଗତ ବାଲିଆପାଳ ବ୍ଲକ ସମ୍ମୁଖରେ ବିଡିଓ ଙ୍କ ବଦଳି ଦାବି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାଲିଆପାଳ ବ୍ଲକ ସମ୍ମୁଖରେ ବିଡିଓ ଙ୍କ ବଦଳି ଦାବି ରେ ଗତ ୮ ତାରିଖ ରୁ ପିଆରଆଇ ମେମ୍ବର ସଙ୍ଘ ପକ୍ଷରୁ ଦ୍ବିତୀୟ ଥର ପାଇଁ ଆରମ୍ଭ ହୋଇଥିବା ଆମରଣ ଅନଶନ ୫ ଦିନ ରେ ପହଞ୍ଚିଛି | ଅନଶନକାରୀ ଙ୍କ ମଧ୍ଯ ରୁ ଅନେକ ଙ୍କ ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଥିବା ବେଳେ ବିଡିଓ ଙ୍କ ବଦଳି ନହେବା ପର୍ଯ୍ଯନ୍ତ ଏମିତି ଆମରଣ ଅନଶନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆ ଯାଇଛି |

ବିଡିଓ ବିନୋଦ ଚନ୍ଦ୍ର ପଣ୍ତା ବ୍ଲକ ର ନିର୍ବାଚିତ ଜନପ୍ରତିନିଧୀ ମାନଙ୍କୁ ଦୁର୍ବ୍ଯବହାର କରିବା ସହିତ ମନଇଚ୍ଛା କାର୍ଯ୍ଯ କରୁଥିବା ନେଇ ଅଭିଯୋଗ କରିଛନ୍ତି ବ୍ଲକ ର ପିଆରଆଇ ମେମ୍ବର ସଙ୍ଘ | ତେଣୁ ବିଡ଼ିଓଙ୍କ ବଦଳି ଦାବି ନେଇ ପ୍ରଥମେ ଗତ ଡିସେମ୍ବର ୨୧ ତାରିଖ ରେ ବାଲିଆପାଳ ବ୍ଲକ ସମ୍ମୁଖରେ ସମସ୍ତ ନିର୍ବାଚିତ ପ୍ରତିନିଧିମାନ ଆମରଣ ଅନଶନରେ ବସିଥିଲେ,ବିଡିଓ ଶ୍ରୀ ପଣ୍ତା ସରକାରୀ ନିତୀ ନିୟମ କୁ ଉଲଙ୍ଘନ କରି ମନଇଚ୍ଛା ଭାବରେ ପିଆରଆଇ ମେମ୍ବର ମାନଙ୍କ ଅଗୋଚର ରେ ସମସ୍ତ କାର୍ଯ୍ଯ କରୁଥିବା ନେଇ ଅଭିଯୋଗ ହୋଇଛି  | ମାତ୍ର କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ ନହେବାରୁ ବାଧ୍ଯ ହୋଇ ପୂଣି ଗତ ୮ ତାରିଖ ଠାରୁ ପିଆରଆଇ ମେମ୍ବର ସଙ୍ଘ ପକ୍ଷରୁ ଦ୍ଯିତୀୟ ଥର ପାଇଁ ବ୍ଲକ ସମ୍ମୁଖରେ ଆମରଣ ଅନଶନ ରେ ବସିଛନ୍ତି  | ଆଜି ଏହାକୁ ସମର୍ଥନ କରି ବ୍ଲକ ମୁଖ୍ୟ ଫାଟକରେ ବିଶାଳ ଗଣ ବିକ୍ଷୋଭ ପ୍ରଦର୍ଶନ |

କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ସମର୍ଥନରେ ଯୋଗ ଦେଇଛନ୍ତି, ମୁଖ୍ୟ ଫାଟକରେ ପ୍ରଶାସନିନ ପକ୍ଷରୁ ତାଲା ପକା ଯାଇଥିବାରୁ ଅନସନରେ ବସି ଅସୁସ୍ଥ ହୋଇଥିବା ଦେଉଳା ପଞ୍ଚାୟତର ସରପଞ୍ଚ ସରୋଜ ପିଲା ଗୁରୁତର ହୋଇଥିବାରୁ ଆମ୍ବୋଲାନ୍ସ ଅଟକି ରହିଥିଲା, ଯାହା ପାଇଁ ବ୍ଲକ ପରିସରରେ ଉତ୍ତେଜନା ଦେଖା ଦେଇଥିଲା, ବିଡ଼ିଓଙ୍କ ବଦଳି ସମ୍ପର୍କିରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ପଚାରିବାରୁ ଓଏଏସ ମାନଙ୍କ ବଦଳି ସରକାର ଙ୍କ ହାତରେ ରହିଥିବାରୁ ଆମେ କିଛି କରି ପାରିବୁନି, ଯେଉଁ ସମସ୍ୟା ହୋଇଛି ତାର ସମାଧାନ ଶିଘ୍ର କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.