କୋର୍ଟକୁ ଯାଉଥିବା ବେଳେ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋର୍ଟକୁ ଯାଉଥିବା ବେଳେ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ। ଛଅ ଗୁରୁତର। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମନ୍ଦାର ସାହି ପାଟଣା ଗ୍ରାମର ପାଞ୍ଚ ଜଣ ବ୍ୟକ୍ତି ଅଟୋ ଯୋଗେ ଜଳେଶ୍ୱର କୋର୍ଟକୁ ଏକ ଯାତ୍ରୀବାହୀ ଅଟ ଯୋଗେ ଯାଉଥିଲା|

ଜଳେଶ୍ୱର 60ନ ଜାତୀୟ ରାଜପଥ ଅତିକ୍ରମ କରୁଥିଲା ସମୟରେ ୧୨ଚକିଆ ଆନ୍ଧ୍ରା ଟ୍ରକ ପଛ ପଟୁ ଧକ୍କା ଦେଇଥିଲା | ଡ୍ରାଇଭରଙ୍କ ସମେତ ଅଟୋରେ ଥିବା ୫ ଯାତ୍ରୀ ଗୁରୁତ୍ୱର ହୋଇ ପଡିଥିବା ବେଳେ ସ୍ଥାନୀୟ କାଳୀଚରଣ ସେଠୀ, ଅନନ୍ତ ଦାସ, ଜଗବନ୍ଧୁ ପାତ୍ର ଏବଂ ରଜନୀ ଜେନା ମିଶି ଗୁରୁତ୍ୱର ମାନଙ୍କୁ ଉଦ୍ଧାର କରି ଏକ ଟଟୋ ଯୋଗେ ଜଳେଶ୍ଵର ଜିକେଭଟର ହସ୍ପିଟାଲ କୁ ଆଣିଥିଲେ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ଵର ପଠାଯାଇଥିବା ଜଣାପଡିଛି। ଗୁରୁତର ମାନେ ହେଲେ ଭୋଗରାଇ ବ୍ଲକ ମନ୍ଦାର ସାହି ପାଟଣା ଗ୍ରାମର ଶଙ୍କର ପାତ୍ର, ରବିନ୍ଦ୍ର ପାତ୍ର, ପରେଶ୍ ଗିରି, ନାରାୟଣ ଚନ୍ଦ୍ର ଦାସ, ଲଖ୍ମୀକାନ୍ତ ଦାସ, ହେମନ୍ତ ପାତ୍ର ।

Leave A Reply

Your email address will not be published.