ସ୍ବାଭିମାନ ମଞ୍ଚ ପକ୍ଷରୁ ସ୍ୱାଧିକାର ସମାବେଶ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ କାଳିପଦା ବଜାର ଠାରେ ବାଲିଆପାଳିଆ ସ୍ବାଭିମାନ ମଞ୍ଚ ପକ୍ଷରୁ ସ୍ୱାଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁସାରେ ବାଲିଆପାଳ ବ୍ଲକ ରେ ସମସ୍ତ ଭିତି ପ୍ରସ୍ତର ଥିବା ବେଳେ 5T ମେଡିକାଲ ତାଲିକା ରେ ବାଲିଆପାଳ ମେଡିକାଲ ସ୍ଥାନ ପାଇନାହିଁ | ଡାକ୍ତର ସମସ୍ୟା ପୂରଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ |

ତେବେ ବାଲିଆପାଳ ର ଦୁଇଟି ବେଳାଭୂମି ଡଗରା ଓ ଜମୁନା ଶୂଳ ର ଉନ୍ନତି କରଣ,ରାସ୍ତା ସମସ୍ୟା ଦୂରୀକରଣ | ଶିଖ୍ଯା ଖେତ୍ର ରେ ମଧ୍ୟ ଉନ୍ନତି ର ଦାବି କରି ସ୍ବାଭିମାନ ମଞ୍ଚ ପଖ୍ଯରୁ କାଳିପଦା ବଜାର ଠାରେ ସ୍ୱାଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ରେ ଥିବା ଦୁଇଟି ପର୍ଯ୍ୟଟନ ସ୍ଥଳୀ ଡଗରା ଓ ଜମୁନା ଶୂଳ ବେଳାଭୂମି ରେ ଦିନ କୁ ଦିନ ଅସାମାଜିକ ଲୋକଙ୍କ ଦୈ।ରାତ୍ମ୍ଯ ବୃଦ୍ଧି ପାଉଥିବା ରୁ ସେଠାରେ ଏକ ପୋଲିସ ଆଉଟ୍ ପୋଷ୍ଟ ନିର୍ମାଣ କରିବା ଏବଂ ପ୍ରସ୍ତାବିତ କୋର୍ଟ କୁ ତୁରନ୍ତ ବାଲିଆପାଳ ରେ ନିର୍ମାଣ କରିବାକୁ ମଞ୍ଚ ଦାବି କରିଛି।

ମଞ୍ଚରେ ଗୋବିନ୍ଦ ଦେବାଶିଷ ପାତ୍ର ଙ୍କ ସଭାପତିତ୍ବ ରେ ମଞ୍ଚର ଆବାହକ ସତ୍ୟକାମ ମହାନ୍ତି ଙ୍କ ସହ ମାଳତୀ ନାୟକ , ଜ୍ୟୋତ୍ସ୍ନା ରାଣୀ ମହାନ୍ତି, ଆଦିତ୍ୟ ନାୟକ, ସଦାଶିବ ସେଠୀ ,ଗୈ।ତମ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ବିକାଶ ନାମରେ ବିନାଶ ଚାଲିଥିବା କହିଛନ୍ତି ନେତୃତ୍ବ ମଣ୍ଡଳୀ।

Leave A Reply

Your email address will not be published.