ବିବେକାନନ୍ଦ ଜୟନ୍ତୀ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିବେକାନନ୍ଦ ଜୟନ୍ତୀ ପାଳିତ  | ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ଅଶ୍ବିନୀ କୁମାର ଜ୍ୟୋତିଷିଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ବିଷ୍ଣୁପଦ ଜେନା, ସମ୍ମାନିତ ଅତିଥି ରୂପେ ମନମୋହନ ପରମାଣିକ ଯୋଗ ଦେଇ ସ୍ବାମିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ ଓ ଫେନସି ଡ୍ରେସ୍ ପ୍ରତିଯୋଗିତା ହୋଇଥିଲା | ଏଥିରେ ଶିକ୍ଷକ ମେଘନାଦ ସାହା ଓ ପାର୍ବତୀ ସିଂକୁ ବିଚାରପତି ଆସନ ଅଳଂକୃତ କରିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ଶିକ୍ଷକ ଅସିତ କୁମାର ମହାନ୍ତ ଓ କୁଶ ପାତ୍ର ସଭା ପରିଚାଳନା କରିଥିଲେ |

ଏହି ମହାନ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଯଥା ବାସୁଦେବ ମହାନ୍ତ, ନିତ୍ୟାନନ୍ଦ ମହାନ୍ତ, ଦୁଷ୍ମନ୍ତ ମହାନ୍ତ, ଖଗେଶ୍ବର ପରମାଣିକ, ସତ୍ୟବତୀ ମହାନ୍ତ, ଗାୟତ୍ରୀ ସାହୁ, ଚୂଡାମଣି ମହାନ୍ତ, ସୋନାଲି ସେଜପଡା, ବାସନ୍ତି ନାଗ, ନିତମ୍ବିନୀ ବାରିକ, କବିତା ପଣ୍ଡା ଓ ସରସ୍ବତୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ସଦସ୍ୟଗଣ ବିବେକାନନ୍ଦ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ | ଉକ୍ତ ଜୟନ୍ତୀ ସମାରୋହରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଅବିଭାବକଗଣ ଯୋଗ ଦେଇଥିଲେ |

Leave A Reply

Your email address will not be published.