ରତ୍ନଭଣ୍ଡାର ମାମଲାରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ମାମଲାର ଆସିଲା ସୁପ୍ରିମ ରାୟ । ରତ୍ନଭଣ୍ଡାର ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ମନାକରିଦେଲେ ସର୍ବୋଚ ଅଦାଲତ । ୫ ବର୍ଷ ଧରି ଚାଲିଥିବା ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ସୋମବାର ସୁପ୍ରିମକୋର୍ଟ ୨୬ଟି କାର୍ଯ୍ୟ ଦିବସରେ ବନ୍ଦ କରିଦେଇଛନ୍ତି । ଶ୍ରୀମନ୍ଦିର କମିଟି ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ବିଚାରକୁ ନେଇ ଦ୍ୱାଦଶ ଶତାବ୍ଦୀର ଶ୍ରୀମନ୍ଦିର ପରିଚାଳନାକୁ ଉନ୍ନତ କରିବା ପାଇଁ ମୃଣାଳିନୀ ପାଢ଼ୀଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କେହି ବିଶ୍ୱାସ କରନ୍ତି ଯେ କୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶ ପାଳନ କରାଯାଇ ନାହିଁ, ତେବେ ହାଇକୋର୍ଟରେ ଏକ ଆବେଦନ ଦାଖଲ ହେବ । ଶ୍ରୀମନ୍ଦିର କମିଟି ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିରରେ ଘଟିଥିବା ହିଂସାକାଣ୍ଡ ସମେତ ସମସ୍ତ ଆବେଦନର ଫଇସଲା କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ ।

ସୁପ୍ରିମକୋର୍ଟର ଓକିଲ ଶ୍ୱେତକେତୁ ମିଶ୍ର କହିଛନ୍ତି ଯେ, ଜମି ବ୍ୟତୀତ ଅନ୍ୟ କିଛି ନାହିଁ, ରତ୍ନଭଣ୍ଡାର, ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ରେକର୍ଡର ଡିଜିଟାଇଜେସନ୍, ରାଜ୍ୟ ସରକାର ଓ ଶ୍ରୀମନ୍ଦିର କମିଟି ଦେଇଥିବା ଉତ୍ତରକୁ ନେଇ ଆମିକସ୍ କ୍ୟୁରି ସନ୍ତୋଷ ପ୍ରକାଶ କରିଛନ୍ତି ଏଥିସହ ଶ୍ରୀମନ୍ଦିର ପରିଚାଳନା ନେଇ କୌଣସି ଆବେଦନ କରିବାକୁ ଚାହୁଁଥିଲେ ହାଇକୋର୍ଟ ଯିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ଗଠିତ ଖଣ୍ଡପୀଠ ଅତି କମରେ ୨୫ଟି ନିର୍ଦ୍ଦେଶନାମା ଜାରି କରି ୬୦ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ରହିବା ସୁବିଧା, ପୁରୀରେ ବର୍ଜ୍ୟବସ୍ତୁ ବିଶୋଧନ କାରଖାନା ଏବଂ ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ସ୍କୁଲ ଓ କଲେଜ ପ୍ରତିଷ୍ଠା ସହିତ ଜାରି କରିଥିଲେ ନିର୍ଦ୍ଦେଶନାମା ।

Leave A Reply

Your email address will not be published.