ପୁଣିଥରେ ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ତାଇୱାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣିଥରେ ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ତାଇୱାନ । ଗତକାଲି (ସୋମବାର) ଅପରାହ୍ନରୁ ଆଜି ଭୋର୍ ଭିତରେ ଏକାଧିକ ଥର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ୯ମିନିଟରେ ପ୍ରାୟ ୫ଥରରୁ ଅଧିକ ଝଟକା ଅନୁଭୂତ ହୋଇଛି ।

ତେବେ ପାଣିପାଗ ବିଭଗର ତଥ୍ୟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ କମ୍ପନ ପୂର୍ବ ହୁଆଲିଏନରେ ଅନୁଭୂତ ହୋଇଛି । ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ସୋମବାର ୯ ମିନିଟ୍ ମଧ୍ୟରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ୬.୩ ତୀବ୍ରତା ବିଶିଷ୍ଟ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ଅଞ୍ଚଳରେ ଏପ୍ରଲ୍‌ ୩ ତାରିଖରେ ୭.୨ ତ୍ରୀବ୍ରତା ବିଶିଷ୍ଟ ଭୂକମ୍ପରେ ୧୪ ଜଣଙ୍କ ଜୀବନ ଯାଇଥିଲା। ରାଜଧାନୀ ତାଇପେଇ ସମେତ ଉତ୍ତର, ପୂର୍ବ ଏବଂ ପଶ୍ଚିମ ତାଇୱାନର ବୃହତ ଅଂଶଗୁଡିକରେ ବିଲ୍ଡିଂଗୁଡିକ ଏହି ଭୂକମ୍ପରେ ପ୍ରଭାବିତ ହୋଇଛି।

ତାଇୱାନର କେନ୍ଦ୍ରୀୟ ପାଣିପାଗ ପ୍ରଶାସନ ପକ୍ଷରୁ ଜାଣିବାକୁ ମିଳିଛି ଯେ ସୋମବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଏହି ଭୂକମ୍ପ ରାତି‌ରେ ଉଗ୍ର ରୂପ ନେଇଥିଲା। ସୋମବାର ବିଳମ୍ବିତ ରାତିରେ ତାଇୱାନର ପୂର୍ବ ଉପକୂଳରେ ୬.୩ ତୀବ୍ରତାରଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ରାଜଧାନୀ ତାଇପେରେ ୫ଥର ଭୂମିକମ୍ପ ଅନୁଭୂତ ହୋଇଛି । ଏପ୍ରିଲ୍‌ ୩ ତାରିଖ ଭୂକମ୍ପ ପରଠାରୁ ପ୍ରାୟ ୮୦ ଥର ଝଟ୍‌କା ଲାଗି ସାରିଲାଣି।

Leave A Reply

Your email address will not be published.