କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ | ନିର୍ବାଚନ ବିଗୁଲ ବାଜିଲା ପରେ ସାରା ରାଜ୍ୟରେ ନେତା, ବିଭିନ୍ନ ଦଳ ର କର୍ମକର୍ତ୍ତା ନିର୍ବାଚନ ପ୍ରସ୍ତୁତି ରେ ଜୋର ସୋର ରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି | ପ୍ରତ୍ୟେକ ଦଳ ନିଜ ନିଜ କର୍ମକର୍ତ୍ତା ମାନଙ୍କୁ ନେଇ କର୍ମୀ ସମ୍ମିଳନୀ କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି |

ଏହି ପରିପ୍ରେକ୍ଷୀରେ ଆଜି ବିଜେଡି ଦଳ ତରଫରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୁର୍ତ୍ତୁମା ଗ୍ରାମ ପଂଚାୟତ ଅଧୀନରେ ଥିବା ଖୁଟିୟାରୀଗୁଡା ଠାରେ ଏକ ବିଶାଳ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲା | ଉକ୍ତ କର୍ମୀ ସମ୍ମିଳନୀ ରେ ମୁର୍ତ୍ତୁମା ପଂଚାୟତ ର ବିଭିନ୍ନ ଗ୍ରାମରୁ ପ୍ରାୟ ଏକ ଶହ ରୁ ଉର୍ଦ୍ଧ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡି ଦଳ ରେ ସାମିଲ ହୋଇଥିଲେ |

ଏହି ମିଶ୍ରଣ ପର୍ବରେ ଉମରକୋଟ ବିଧାୟିକା ପ୍ରାର୍ଥୀନୀ ନବୀନା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉମରକୋଟ ପୌର ପରିଷଦ ର ୱାର୍ଡ ନଂ 1 ର କାଉଁସିଲର ତପନ ଦେବନାଥ, ବିରସିଂ ମାଝୀ, ବୁଜି ରାଓ,ନଗର ବିଜେଡି ସଭାପତି କୈଳାସ ନାୟକ, ପ୍ରମୁଖ ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିଲେ!ବ୍ଲକ ବିଜେଡି ସଭାପତି ମନୋଜ କୁମାର ଧଳ ସଭା ଟିକୁ ପରିଚାଳନା କରିଥିଲେ |

Leave A Reply

Your email address will not be published.