ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଂଘ ପ୍ରତିଷ୍ଠା କଲା ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଂଘ ପ୍ରତିଷ୍ଠା କଲା ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର | ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଂଘ ରାଇରଙ୍ଗପୁର ଶାଖା ଆନୁକୂଲ୍ଯରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ସ୍ଥାନୀୟ ଖଡଖାଇ ନଦୀ ନିକଟବର୍ତ୍ତୀ ଗଢ ଠାରେ ଭବ୍ଯ ଆନନ୍ଦଉତ୍ସାହରେ ପ୍ରତିଷ୍ଠିତ ହୋଇଯାଇଛି |

ଉକ୍ତ ଅନୁଷ୍ଠାନରୁ ଛାତ୍ରମାନେ ବେଦମନ୍ତ୍ର ଉଚ୍ଚାରଣରେ ଦୀକ୍ଷିତ ହୋଇ କୌଳିକ ଜ୍ଞାନ ଲାଭ କରି ବିଦ୍ବାନ ଓ ଯଶସ୍ବୀ ବ୍ରାହ୍ମଣ ଏଠାରୁ ବାହାରିବେ ବୋଲି ଓଡିଶା ବ୍ରାହ୍ମଣ ମହାସଂଘ ସଭାପତି ଡକ୍ଟର ସଦାନନ୍ଦ ଦିକ୍ଷୀତ ମତବ୍ଯକ୍ତ କରିଥିଲେ | ଏହା ରାଇରଙ୍ଗପୁର ତଥା ବାମନଘାଟୀ ଉପଖଣ୍ଡରେ ଗର୍ବ ଓ ଗୌରବର ବିଷୟ ମନେହୁଏ | ଏହି କାର୍ଯ୍ଯକ୍ରମରେ ଅତିଥି ଭାବେ ୮ ନଂ ୱାର୍ଡ କାଉସିଲର ଦେବସ୍ମିତା ଡଗରା, ବିପ୍ର ଫାଉଣ୍ଡେସନ୍ ର ରାଜ୍ଯ ସଭାପତି ମହେଶ ଶର୍ମା, ରାଇରଙ୍ଗପୁର ବିପ୍ର ଫାଉଣ୍ଡେସନ୍ ର ଉପସଭାପତି ବିଷ୍ଣୁ ଶର୍ମା ଓ ଅଧ୍ଯାପକ କବି ସଂଗ୍ରାମ ଶତପଥୀ ଯୋଗ ଦେଇଥିଲେ | ଏଥିରେ ପ୍ରଥମ ଛାତ୍ର ଭାବେ ସତ୍ଯ ପ୍ରକାଶ ଦୀକ୍ଷିତଙ୍କ ପୁଅ ଶିବାଂଶ ଦୀକ୍ଷିତ ବେଦମନ୍ତ୍ର ପାଠର ଭାର ଗ୍ରହଣ କରିଥିଲେ |

ଉକ୍ତ କାର୍ଯ୍ଯକ୍ରମରେ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରୁ ବହୁ ବ୍ରାହ୍ମଣ ଉପସ୍ଥିତି ଥିଲେ | ସେମାନଙ୍କ ମଧ୍ଯରେ ବାମନଘାଟୀ ବ୍ରାହ୍ମଣ ମହାସଂଘ ସଭାପତି ଗଣେଶ ମିଶ୍ର , ଉପସଭାପତି ତରୁଣ କୁମାର ନନ୍ଦ , ଈଶ୍ବର ଚନ୍ଦ୍ର ପ୍ରହରାଜ, ଧୁଳିଆ ନନା, ସୁଶାନ୍ତ କୁମାର ଶର୍ମା, କ୍ରିଷ୍ଣା ଶର୍ମା, ଜୟକୃଷ୍ଣ ଦାଶ, ଗଣେଶ ଦୀକ୍ଷିତ, ମହନ୍ତ କାର୍ତ୍ତିକ ପୁରୀ, ହେମନ୍ତ ଶତପଥୀ, ପୁପୁନ ବାରିକ, ଅବିନାଶ ବଳ ଓ ଟୁନା ପାଣି ପ୍ରମୁଖ ଯୋଗ ଦେଇଥିଲେ |

Leave A Reply

Your email address will not be published.