୨୬ତମ ଷୋହଳ ପହର ନାମସଂକୀର୍ତ୍ତନ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୁଚେଇବୁଢୀ ଠାରେ ୨୬ତମ ଷୋହଳ ପହର ନାମସଂକୀର୍ତ୍ତନ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ତଳସାହି ଠାରେ ୨୬ତମ ଷୋହଳ ପହର ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି |

ଏହା ଗତ ୧୯ ତାରିଖ ଘଟ ଉତ୍ତୋଳନ , ୨୦ ତାରିଖ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ୨୨ ତାରିଖ ଦିଧି ନେଇ ସାହି ଭ୍ରମଣ କରିବେ ବୋଲି କମିଟୀ ପକ୍ଷରୁ ସୂଚନା ମିଳିଛି |  ଏଥିରେ ମୁଖ୍ଯପୂଜକ ଭାବେ ଷଡଙ୍ଗୀ ନନା, ସଗ୍ରାମ ନନା ରାଧାକୃଷ୍ଣ ପୂଜାଆରଧନା କରିଥିଲେ | ଏଥିରେ କମିଟୀର ସଭାପତି ପ୍ରଦୀପ ମହାନ୍ତ, ସଂପାଦକ କିଶୋର ମହାନ୍ତ, କୋଷାଧ୍ଯକ୍ଷ କ୍ରିଷ୍ଣା ମହାନ୍ତ, ଉପଦେଷ୍ଟା ମଣ୍ଡଳୀ ରବି ମହାକୁଡ, ମକରା ମହାନ୍ତ, କଂଗ୍ରେସ ମହାନ୍ତ, ଶ୍ଯାମସୁନ୍ଦର ମହାନ୍ତ, କାର୍ଯକାରୀ ସଦସ୍ଯ ରାଜାରାମ ମହାନ୍ତ, ସୌକଜ ମଣ୍ଡଳ, ହରେକୃଷ୍ଣ ମହାନ୍ତ(ମଣ୍ଟୁ) , ସନ୍ଧ୍ଯାରାଣୀ ମଣ୍ଡଳ, ଦମୟନ୍ତୀ ମହାନ୍ତ ଓ ହେମଲତା ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ |

ଉକ୍ତ ନାମସଂକୀର୍ତ୍ତନରେ ବାମନଘାଟୀ ଉପଖଣ୍ଡ ର ପାଖାପାଖି ଅଞ୍ଚଳରୁ ୬ଟି ନାମସଂକୀର୍ତ୍ତନ ଦଳ ପୁରିଳିଆ, ରାଖାସାହି(ଝିଅ ଦଳ) , ପୋଖରୀଆ, ବାରୁସାହି, ନାକି ଓ ଆମଦା ରୁ ଯୋଗ ଦେଇଥିଲେ | ଏହି ଧାର୍ମିକ କାର୍ଯ୍ଯକ୍ରମରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତି ଥିଲେ |

Leave A Reply

Your email address will not be published.