ବିଜୟ ସରକାରଙ୍କ ବଡ ଘୋଷଣା, ତାମିଲନାଡୁରେ ୭୧୭ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍: ତାମିଲନାଡୁରେ ୭୧୭ ମଦ ଦୋକାନ ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ। ମଦ ଦୋକାନ ବନ୍ଦ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ। ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବସ୍‌ ଷ୍ଟାଣ୍ଡ୍‌ ନିକଟରୁ ହଟିବ ମଦ ଦୋକାନ। ବିଶେଷକରି ମହିଳାମାନେ ମଦ ଦୋକାନ ବନ୍ଦ ପାଇଁ ଦାବି ଜଣାଇଥିଲେ।ଏଥିସହ ଦୁଇ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

 

ସୂଚନାନୁଯାୟୀ, ସ୍କୁଲ୍, କଲେଜ ଏବଂ ଧାର୍ମିକ ସ୍ଥଳ ନିକଟରେ ଥିବା ମଦ ଦୋକାନଗୁଡ଼ିକୁ ବନ୍ଦ କରିବା ପାଇଁ ଜନସାଧାରଣ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି । କିନ୍ତୁ ଏହା ଉପରେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯଦିଓ ପ୍ରତ୍ୟେକ ଦଳ ତାମିଲନାଡୁରେ ମଦ ନିଷେଧ ପ୍ରତିଶ୍ରୁତି ଦେଇଥିଲେ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ସେପଟେ ୨୦୨୩ ମସିହାରେ, ମଦ୍ୟପାନ ଜନିତ ମୃତ୍ୟୁ ପରେ ଏମକେ ଷ୍ଟାଲିନଙ୍କ ସରକାର ପ୍ରାୟ ୫୦୦ ସରକାରୀ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାମିଲନାଡୁରେ ୫,୦୦୦ରୁ ଅଧିକ ସରକାରୀ ମଦ ଦୋକାନ ଅଛି ଯାହାକୁ ପ୍ରାୟ ୪୦,୦୦୦ କୋଟି ଟଙ୍କାର ରେଭେନ୍ୟୁ ମିଳିଥାଏ । ଷ୍ଟାଲିନ୍ ସରକାର ଯେଉଁ ସବୁ ମଦ ଦୋକାନକୁ ବନ୍ଦ କରିଥିଲେ ସେହି ସ୍ଥାନରେ ଧାର୍ମିକ ସ୍ଥଳ, ସ୍କୁଲ ଏବଂ କଲେଜ ଥିଲା । ଏହାକୁ ବିରୋଧ କରୁଥିବା ଲୋକମାନଙ୍କୁ ମଧ୍ୟ ହଟାଇ ଦିଆଯାଇଥିଲା । ଚେନ୍ନାଇରେ ୬୧ଟି ଦୋକାନ, କାଞ୍ଚିପୁରମରେ ୩୧ଟି ଏବଂ ମାଦୁରାଇରେ ୨୧ଟି ଦୋକାନ ବନ୍ଦ କରାଯାଇଥିଲା ।

 

Leave A Reply

Your email address will not be published.