ଓଡ଼ିଆ ନ୍ୟୁଜ୍: NEET- UG ୨୦୨୬ ପରୀକ୍ଷା ବାତିଲ କଲା NTA। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ବାତିଲ କଲା NTA।ମେ ୩ ତାରିଖରେ ହୋଇଥିବା ପରୀକ୍ଷା ବାତିଲ। ସାନି ପରୀକ୍ଷା ନେଇ ଖୁବଶୀଘ୍ର ସୂଚନା ଜାରି ହେବ। ବର୍ତ୍ତମାନର ପରୀକ୍ଷା ପଦ୍ଧତି ମଧ୍ୟ ବଦଳାଇବାକୁ ନିଷ୍ପତ୍ତି। ଆସିଥିବା ଅଭିଯୋଗର CBI ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ।
ପରୀକ୍ଷା ପୂର୍ବଦିନ ପ୍ରଶ୍ନପତ୍ର ବିକ୍ରି ହୋଇଥିବା ଅଭିଯୋଗ । ୩୦ ହଜାର ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି ହୋଇଥିବା ଅଭିଯୋଗ । ଲିକ୍ ହୋଇଥିବା ୧୨୦ ପ୍ରଶ୍ନପତ୍ର ମୂଳ ପ୍ରଶ୍ନପତ୍ର ସହିତ ମ୍ୟାଚ୍ ହେଉଛି । ୯୦ଟି ବାୟୋଲୋଜି ଏବଂ ୩୦ଟି କେମେଷ୍ଟ୍ରି ପ୍ରଶ୍ନପତ୍ର ଲିକ୍ ହୋଇଛି ।
ତେଣୁ ମେ ୩ ତାରିଖରେ ହୋଇଥିବା ପରୀକ୍ଷା ବାତିଲ କରାଯାଇଛି । ତେବେ ଏନଟିଏ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରୀକ୍ଷା ବାତିଲ କରିଛି । ଏହାସହିତ ବର୍ତ୍ତମାନର ପରୀକ୍ଷା ପଦ୍ଧତି ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି ।