ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ

0

ଓଡ଼ିଆ ନ୍ୟୁଜ୍: ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ। କଂଗ୍ରେସ ଓ ବାମଦଳ ସହାୟତାରେ ସରକାର ଗଢିଛନ୍ତି ବିଜୟ। ଟିଭିକେ ନିକଟରେ ରହିଛନ୍ତି ୧୦୮ ବିଧାୟକ।ସଙ୍କଟରେ AIADMK ଦଳର ରାଜନୈତିକ ଭବିଷ୍ୟତ। ୪୭ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ଟିଭିକେ ସମର୍ଥନରେ ରହିଥିବା ସୂଚନା। ଦୁଇ ତୃତୀୟାଂଶ ବିଧାୟକଙ୍କୁ ଆଣିଲେ ଟିଭିକେରେ ବିଲୟ ହୋଇପାରେ AIADMK।

ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବା ବେଳେ ଏବେ ବିଜୟଙ୍କ ତାମିଲଗା ଭେଟ୍ରି କାଜଗମ (TVK) ସରକାର ସୁଦୃଢ଼ ସ୍ଥିତିରେ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, TVK ପାଖରେ ଏବେ ପ୍ରାୟ ୧୫୦ ବିଧାୟକଙ୍କ ସମର୍ଥନ ରହିଛି। ଏଥିରେ ସହଯୋଗୀ ଦଳ ସହ AIADMK ର ବିଦ୍ରୋହୀ ଗୋଷ୍ଠୀ ଏବଂ AMMK ର ଏକମାତ୍ର ବିଧାୟକ ଏସ. କାମରାଜ ସାମିଲ ଅଛନ୍ତି।

ଗତକାଲି ତାମିଲନାଡୁ ରାଜନୀତିରେ ଏକ ନାଟକୀୟ ମୋଡ଼ ଆସିଥିଲା। ବିଜୟଙ୍କ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ AIADMK ଦୁଇ ଭାଗରେ ବିଭକ୍ତ ହୋଇଛି:

 

EPS ଗୋଷ୍ଠୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡାପାଡି କେ. ପାଲାନିସ୍ୱାମୀ (EPS) ବିଜୟଙ୍କ ସରକାର ବିରୋଧରେ ଭୋଟ୍ ଦେବାକୁ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ନେତା ଏଗ୍ରି କୃଷ୍ଣମୂର୍ତ୍ତି ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ବିଧାୟକ ପାର୍ଟି ହ୍ୱିପ୍ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଦଳରୁ ବହିଷ୍କାର କରାଯିବ।

ବିଦ୍ରୋହୀ ଗୋଷ୍ଠୀ: ଅନ୍ୟପଟେ ପ୍ରାୟ ୩୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ଏକ ନୂତନ ଗୋଷ୍ଠୀ ଗଠନ ହୋଇଛି। ଏହି ଗୋଷ୍ଠୀ ଏସ.ପି. ଭେଲୁମଣିଙ୍କୁ ନିଜର ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି। ବରିଷ୍ଠ ନେତା ସି.ଭି. ସନମୁଗମଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ପରେ ଏହି ଗୋଷ୍ଠୀ ଖୋଲାଖୋଲି ଭାବେ ବିଜୟଙ୍କ ସରକାରକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି।

Leave A Reply

Your email address will not be published.