ସୁଆଁଳ ମଧ୍ୟଇଂରାଜୀ ବିଦ୍ୟାଳୟ ର ୧୯୯୬ ବ୍ୟାଚ୍ ଛାତ୍ରଛାତ୍ରୀ ଙ୍କ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଘଷିପୁରା ବ୍ଲକ ଅନ୍ତର୍ଗତ ଗଡବାନ୍ଧଗୋଡ଼ା ପଞ୍ଚାୟତ ସୁଆଁଳ ସ୍ଥିତ ମଧ୍ୟଇଂରାଜୀ ବିଦ୍ୟାଳୟ ର ୧୯୯୬ ବ୍ୟାଚ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଇହଲୀଳା ତ୍ୟାଗ କରିଥିବା ଦିବଂଗତ ଶିକ୍ଷକ ମାନଙ୍କ ଉଦେଶ୍ୟ ରେ ପୁରାତନ ସହପାଠୀ ମାନେ ଶୋକସଭା ପାଳନ କରି ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ପୁରାତନ ଛାତ୍ର ଅବକାଶ ଜେନା ଙ୍କ ସଭାପତିତ୍ବ ରେ ଅବସରପ୍ରାପ୍ତ ଶିକ୍ଷକ ସନାତନ ପଡିହାରୀ, ଗୋପିନାଥ ସ୍ୱାଇଁ ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଛାତ୍ର ଙ୍କ ମଧ୍ୟରେ ସ୍ନେହ ଭାବର ଆଦାନ ପ୍ରଦାନ ର ମାଧ୍ୟମ ହେଉଛି ଏ ବନ୍ଧୁ ମିଳନ। ସ୍କୁଲ ର ଶିକ୍ଷକ ମାନଙ୍କର ଗୁଣଗାନ କରିବା ସହିତ ସେମାନଙ୍କର ଭଲପାଇବା ଶିକ୍ଷା ଓ ଆଦର୍ଶ କୁ ମନେପକାଇ ଥିଲେ। ନିଜ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହି ଏଭଳି ବନ୍ଧୁ ମିଳନ ରେ ରେ ଯୋଗଦାନ କରି ଶିକ୍ଷକ ଙ୍କ ଶିକ୍ଷାଦାନ ସ୍କୁଲ ସ୍ମୃତି ସହ ନିଜ ବନ୍ଧୁ ମାନଙ୍କ ଭିତରେ ସଂପର୍କ ଆହୁରି ସୁଦୃଢ ହୋଇପାରିବ ବୋଲି ସମସ୍ତ ଛାତ୍ରଛାତ୍ରୀ ମତ ରଖିଥିଲେ।

ଶେଷରେ ସମସ୍ତ ପୂରାତନ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନ ସହିତ ନିଜ ନିଜ ମଧ୍ୟରେ ସ୍କୁଲ ଜିବନ ସ୍ମୃତି ଆଦାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାକେଶ ଘଡେ଼ଇ, ପ୍ରଦ୍ୟୁମ୍ନ ଓଝା, ଦେବାଶିଷ ଜେନା, ମଦନମୋହନ ବେହେରା ଦେବାଶିଷ ପାଗଳ, ମନ୍ଦାକିନୀ ଜେନା, ସ୍ମୃତିମୟୀ ରାଉତ, ରଶ୍ମିତା ଭଞ୍ଜ,ଧରିତ୍ରୀ ଜେନା, ରଶ୍ମିତାଲତା ନାଥ, ସଞ୍ଜୁକ୍ତା ଦାସ ସହ ସମସ୍ତ ଛାତ୍ରଛାତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଛାତ୍ରୀ ମନ୍ଦାକିନୀ ଜେନା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.